ଓଡିଶା

odisha

By

Published : Apr 25, 2020, 8:00 PM IST

ETV Bharat / bharat

ରାସ୍ତାରେ କୋରୋନା ସଚେତନ ବାର୍ତ୍ତା ଦେଲା ଚଣ୍ଡିଗଡ ନଗର ନିଗମ

ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ 'ଷ୍ଟେ ହୋମ', 'ଷ୍ଟେ ସେଫ୍'‌, 'କିପ୍‌ ଡିଷ୍ଟାନ୍ସ' ଭଳି ସ୍ଲୋଗାନ ଲେଖି ଲୋକଙ୍କୁ ସଚେତନ କରୁଛି ଚଣ୍ଡିଗଡ ନଗର ନିଗମ । ଅଧିକ ପଡନ୍ତୁ...

Chandigarh muncipal corporation writes slogans on road to make people aware
ରାସ୍ତାରେ କୋରୋନା ସଚେତନ ବାର୍ତ୍ତା ଦେଲା ଚଣ୍ଡୀଗଡ ନଗର ନିଗମ

ଚଣ୍ଡୀଗଡ: ବିଶ୍ବବାସୀଙ୍କ ପାଇଁ ପ୍ରାଣଘାତକ ସାଜିଛି କୋରୋନା ଭୂତାଣୁ । ଭାରତରେ ମଧ୍ୟ ଏହାର ସ୍ଥିତି ଗମ୍ଭୀର ରହିଛି । ସେପଟେ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାର ପ୍ରଶାସନ ଲୋକଙ୍କୁ କୋରୋନା ସଚେତନ ସହ ଲକଡାଉନ ପାଳନ କରିବାକୁ କ୍ରମାଗତ ଭାବେ ନୂଆ ନୂଆ ଉପାୟ ଖୋଜି ବାହାର କରୁଛନ୍ତି । ଏହି କ୍ରମରେ ଚଣ୍ଡୀଗଡ ନଗର ନିଗମ ମଧ୍ୟ ଏକ ଅଭିନବ ଉପାୟରେ ଲୋକଙ୍କୁ କୋରୋନା ସଚେତନ କରିଛି ।

ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ 'ଷ୍ଟେ ହୋମ', 'ଷ୍ଟେ ସେଫ୍'‌, 'କିପ୍‌ ଡିଷ୍ଟାନ୍ସ' ଭଳି ସ୍ଲୋଗାନ ଲେଖି ଲୋକଙ୍କୁ ସଚେତନ କରାଯାଇଛି । ଏହି ସଚେତନ ବାର୍ତ୍ତା ବଡ ବଡ ଅକ୍ଷରରେ ଧଳା ରଙ୍ଗରେ ଲେଖାଯାଇଛି । ଏହାସହ ଲକଡାଉନରେ ସହରବାସୀଙ୍କ ସହଯୋଗ ଲୋଡିଛି ଚଣ୍ଡିଗଡ ନଗର ନିଗମ ।

ବର୍ତ୍ତମାନ ସମୟର ଚଣ୍ଡିଗଡରେ କର୍ଫ୍ୟୁ ଜାରି ହୋଇଛି । ସହର ମଧ୍ୟକୁ ପ୍ରବେଶ କରୁଥିବା 15ଟି ଏଣ୍ଟ୍ରି ପଏଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି । ଏତତବ୍ୟତୀତ ସହରରେ ଯଦି କେହି ଥଣ୍ଡା, କାଶର ମେଡିସିନ କିଣୁଥିବେ ତେବେ ମେଡିସିନ ଦୋକାନକୁ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଚଣ୍ଡୀଗଡରେ ଏଯାବ୍‌ତ 12 ଜଣ କୋରୋନା ସଂକ୍ରମିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା 15 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details