ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ତଳେ ଦେଇଥିବା ଏକ ବୟାନକୁ ନେଇ ଆଜି ବି ବିବାଦରେ ଛନ୍ଦି ହୋଇ ପଡ଼ୁଛନ୍ତି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର । 'ଚା’ ବାଲା' ସହିତ ସମ୍ପୃକ୍ତ ଥିବା ଏକ ପ୍ରଶ୍ନ ଆଜି ବି ତାଙ୍କୁ ଅଡ଼ୁଆରେ ପକାଉଥିବା ସ୍ପଷ୍ଟ ଦେଖାଯାଉଛି ।
ସାକ୍ଷାତକାର ଦେଉଛନ୍ତି ମଣିଶଙ୍କର ଏନେଇ ଇଟିଭି ଭାରତ ପକ୍ଷରୁ ତାଙ୍କୁ ଯେବେ ପ୍ରଶ୍ନ କରାଯାଇଥିଲା, ସେବେ ସେ ଉତ୍ତର ଦେବା ବଦଳରେ ପାଦ ଧରି ପକାଇଥିଲେ । ବିରକ୍ତି ଭାବ ପ୍ରକାଶ କରିବା ସହିତ ତାଙ୍କର କଣ୍ଠ ବଦଳାଇ ଦେଇଥିଲେ । ଏବଂ କହିଥିଲେ ମୋତେ ଏହି ପ୍ରଶ୍ନ କାହିଁକି ପଚାରୁଛନ୍ତି, ମୁଁ ଏମିତି କିଛି ବି କହିନାହିଁ ।
ସାକ୍ଷାତକାର ଦେଉଛନ୍ତି ମଣିଶଙ୍କର ଇଟିଭି ଭାରତର ବ୍ୟୁରୋ ଚିଫ ରାକେଶ ତ୍ରିପାଠୀ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କର ଏକ ସାକ୍ଷାତକାର ନେଇଥିଲେ । ସେହି ସମୟରେ ବ୍ୟୁରୋ ଚିଫ ରାକେଶ ପ୍ରଶ୍ନ କରିଥିଲେ ଯେ, ଆପଣ ମୋଦିଙ୍କୁ 'ଚାୟବାଲା' ବୋଲି ସମ୍ବୋଧନ କରିଥିଲେ । ଏହି ପ୍ରଶ୍ନ ଶୁଣୁଶୁଣୁ ଅତସ୍ତତଃ ହୋଇପଡ଼ିଥିଲେ ମଣିଶଙ୍କର ଆୟାର । ସେ କହିଥିଲେ ମୁଁ କେବେ ଏପରି ଶବ୍ଦ କେବେ ବ୍ୟବହାର କରିନାହିଁ । ଆପଣମାନେ ମିଛ କହୁଛନ୍ତି । ଏହା ପରେ ଯେତେବେଳେ ତାଙ୍କୁ ପୁରୁଣା ମନ୍ତବ୍ୟ ସମ୍ପର୍କରେ କୁହାଯାଇଥିଲା, ସେ ପାଞ୍ଚ ବର୍ଷ ପରେ ଏହି ପ୍ରଶ୍ନ କାହିଁକି ପଚାରୁଛ ବୋଲି ପାଲଟା ପ୍ରଶ୍ନ କରିଥିଲେ ।
ମୁଁ ମୋଦିଙ୍କୁ ଚା ବିକିବା କଥା କେବେ ବି କହିନାହିଁ । ହଁ, ଏହା ନିଶ୍ଚିତ ଭାବେ କହିଥିଲି କି ଯଦି ସେ ଇଚ୍ଛା ପ୍ରକାଶ କରନ୍ତି, ମୁଁ ତାଙ୍କୁ ସାହାଯ୍ୟ କରିପାରିବି ।
ମଣିଶଙ୍କର କହିଥିଲେ କି, ମୋର କିଛି ସେ ସମ୍ପର୍କରେ ମନେନାହିଁ । ମୁଁ ମୋଦିଙ୍କୁ ଚା ବିକିବା କଥା କେବେ ବି କହିନାହିଁ । ହଁ, ଏହା ନିଶ୍ଚିତ ଭାବେ କହିଥିଲି କି ଯଦି ସେ ଇଚ୍ଛା ପ୍ରକାଶ କରନ୍ତି, ମୁଁ ତାଙ୍କୁ ସାହାଯ୍ୟ କରିପାରିବି । କେବେ ହେଲେ କହିନଥିଲି କି ସେ ଜଣେ ଚାହାବାଲା ବୋଲି ମଣିଶଙ୍କର କହିଛନ୍ତି ।
ଅଧିକ ପଢନ୍ତୁ: ପ୍ରଶାସକଙ୍କ ପରେ ଶାସକ; ଷ୍ଟାଫ କ୍ୟାଣ୍ଟିନରେ ଖାଇଲେ ମନ୍ତ୍ରୀ ତୁଷାରକାନ୍ତି
ଏହା ପରେ ସେ କହିଥିଲେ କି ମୁଁ ଏହି ପ୍ରସଙ୍ଗରେ କଥା ହେବାକୁ ଆସିନାହିଁ । ପ୍ରଶ୍ନ କରିବାର ଅଛି ତ କାଶ୍ମୀର ପ୍ରସଙ୍ଗ ଉପରେ ପ୍ରଶ୍ନ କରନ୍ତୁ । ଯଦି ପ୍ରଶ୍ନୋତ୍ତର କାର୍ଯ୍ୟ ସରିଯାଇଥାଏ...ତାହା ହେଲେ ମୋତେ ଛାଡ଼ନ୍ତୁ...ବହୁତ ବହୁତ ଧନ୍ୟବାଦ...ଆପଣ ମୋର ବହୁତ ପ୍ରଶଂସା କଲେ, ସେଥିପାଇଁ ଅନେକ ଅନେକ ଧନ୍ୟବାଦ... ମୁଁ ବହୁତ ଖୁସି ହେଲି...(ଆସନରୁ ଉଠିବାକୁ ପ୍ରୟାସ) ।
ସୂଚନା ଯୋଗ୍ୟ ଜାନୁୟାରୀ 2014 ମସିହାରେ ମଣିଶଙ୍କର ଆୟାର କହିଥିଲେ, 'ଏକବିଂଶ ଶତାବ୍ଦୀରେ ସେ(ନରେନ୍ଦ୍ର ମୋଦି) ପ୍ରଧାନମନ୍ତ୍ରୀ ହୋଇ ପାରିବେ, ଏହା କେବେ ବି ସମ୍ଭବ ନୁହେଁ...ଯଦି ସେ ଏଠାକୁ(କଂଗ୍ରେସ ଅଧିବେଶନ) ଆସି ଚାହା ବିକିବାକୁ ଚାହିଁବେ, ତାହା ହେଲେ ତାଙ୍କ ପାଇଁ ସ୍ଥାନ ଆମେ ଠିକ କରିପାରିବୁ...' ।