ନୂଆଦିଲ୍ଲୀ: ଆମ ଦେଶରେ ନାରୀ ମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିବା ଖବର ପ୍ରତିଦିନ ଖବର କାଗଜ କି ଟେଲିଭିଜନରେ ଦେଖିବାକୁ ମିଳେ । ହେଲେ ଯେତେ ଆଇନ କଠୋର ହେଲେ କି ସଚେତନ କଲେ ଅସାମାଜିକ ବ୍ୟକ୍ତି ଏଥିରୁ ବାଦ ପଡୁନାହାଁନ୍ତି । ମାତ୍ର କେବେ କେହି ଭାବିଛନ୍ତି ଜଣେ ନାରୀ ଦୁଷ୍କର୍ମର ଶିକାର ହେବା ପରେ ତା ପରର ଜୀବନ କେମିତି କଟିଥାଏ । ବିଭିନ୍ନ ସ୍ଥାନରେ ପୀଡିତାଙ୍କୁ ଆଡ ନଜରରେ ଦେଖାଯାଉଥିବା ବେଳେ କେତେ କେତେ ଅଞ୍ଚଳରେ ନିଜ ବାପା ମାଆ ବି ପୀଡିତାଙ୍କୁ ଗ୍ରହଣ ନକରିବା ଦୃଶ୍ୟ ବି ସାମନାକୁ ଆସିଛି । ତେବେ ଏମିତି ଏକ ସଂଘର୍ଷମୟ କାହାଣୀର ସାମ୍ନା କରିଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡିତା ।
ସୂଚନା ଅନୁସାରେ, ୟୁପିର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଘଟଣା ଏବେ ଯାଏଁ ବି ମନରୁ ଲିଭିନି । ତେବେ ଦୁର୍ବୃତ୍ତ ମାନେ ତାଙ୍କୁ ଜୀବନରୁ ମାରିଦେବାକୁ ବି ପଛାଇ ନାହାଁନ୍ତି । ଆକ୍ରମଣର ଶିକାର ହୋଇ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ପରେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।