ଓଡିଶା

odisha

ETV Bharat / bharat

ଆପ୍‌ କର୍ମକର୍ତ୍ତାଙ୍କ ଉପରେ ହାତ ଉଠାଇଲେ ଅଲକା ଲାମ୍ବା

ଦିଲ୍ଲୀର ଚାନ୍ଦନୀଚୌକ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପାର୍ଥୀ ଅଲକା ଲାମ୍ବା ଆମ ଆଦମି ପାର୍ଟି(ଆପ୍‌)ର ଜଣେ କର୍ମକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଛନ୍ତି। ଅଧିକ ପଢନ୍ତୁ...

delhi assembly election
ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଂଘର୍ଷ

By

Published : Feb 8, 2020, 12:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଜାତୀୟ ରାଜଧାନୀର ଅଧିକାଂଶ ଅଞ୍ଚଳରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ ଚାନ୍ଦନୀଚୌକରେ ଆମ ଆଦମୀ ପାର୍ଟି(ଆପ୍‌) ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରୁ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା ଆପ୍‌ର ଜଣେ କର୍ମକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଆପ୍‌-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ହୋଇଛି।

ଚାନ୍ଦିନୀଚୌକର ମଜନୁ କେ ଟୀଲେର ମତଦାନ କେନ୍ଦ୍ରରେ ଅଲକା ଲାମ୍ବା ଏବଂ ଆପ୍‌ କର୍ମକର୍ତ୍ତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଣେ ଆପ୍‌ କର୍ମକର୍ତ୍ତା ଅଳକା ଲାମ୍ବାଙ୍କ ପୁଅ ସମ୍ବନ୍ଧରେ ଟିପ୍ପଣୀ କରିଥିବା ଅଭିଯୋଗ କରି ରାଗି ଯାଇଥିଲେ ସେ ।

ଦିଲ୍ଲୀ ବିଧାନସଭା ନିର୍ବାଚନ

ଯାହାକୁ ନେଇ ଅଲକା ଲାମ୍ବା ରାଗିଯିବା ସହ ସମ୍ପୃକ୍ତ ଆପ୍‌ କର୍ମୀଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଏହାପରେ ଆପ୍‌ ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ସେପଟେ ପୋଲିସ ଏଥିରେ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ କରିଛି ।

ଏ ଘଟଣା ବାବଦରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ।

ABOUT THE AUTHOR

...view details