ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆନ୍ତଃ ରାଜ୍ୟ ଯାତ୍ରୀବାହୀ ଟ୍ରେନର କାର୍ଯ୍ୟ ପୁନଃ ଆରମ୍ଭ ନିଷ୍ପତ୍ତି ସ୍ବାଗତ କରୁଛି । ଏଥିସହ କେନ୍ଦ୍ର ସରକାର ସଡକ ପରିବହନ ଏବଂ ବିମାନ ସେବା ମଧ୍ୟ ଆରମ୍ଭ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଟ୍ୱିଟ ଜରିଆରେ କହିଛନ୍ତି।
କେନ୍ଦ୍ର ସରକାର ସଡକ ଏବଂ ବିମାନ ସେବା ଆରମ୍ଭ କରିବା ଆବଶ୍ୟକ: ପି.ଚିଦାମ୍ବରମ - ସଡକ ପରିବହନ
କେନ୍ଦ୍ର ସରକାର ସଡକ ପରିବହନ ଏବଂ ବିମାନ ଚଳାଚଳ ମଧ୍ୟ ଆରମ୍ଭ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଟ୍ୱିଟ ଜରିଆରେ କହିଛନ୍ତି।
କେନ୍ଦ୍ର ସରକାର ସଡକ ଏବଂ ବିମାନ ସେବା ଆରମ୍ଭ କରିବା ଆବଶ୍ୟକ
ଏଥିସହ ସେ ଟ୍ବିଟରେ ଲେଖିଛନ୍ତି, ଅର୍ଥନୀତି ଏବଂ ବାଣିଜ୍ୟକୁ ଆକ୍ଟିଭ କରିବାର ଏକମାତ୍ର ଉପାୟ ହେଉଛି ସଡକ, ରେଳ ଏବଂ ବିମାନ ସେବା ପୁନଃ ଆରମ୍ଭ କରିବା ।
ପ୍ରକାଶ ଥାଉକି, ଗତ ରବିବାର କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏସି କୋଚ୍ ଏବଂ ସୀମିତ ଷ୍ଟପ୍ ସହିତ 15 ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି ।