ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଭାବେ ହାଇକୋର୍ଟର ୨ ମୁଖ୍ୟ ବିଚାରପତିଙ୍କ ନାଁକୁ ସୁପାରିଶ କରାଯାଇଥିଲା । ଯେଉଁ ପ୍ରସ୍ତାବକୁ କୋଲେଜିୟମ ନିକଟକୁ ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର । ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଅନିରୁଦ୍ଧ ବୋଷ ଓ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏଏସ ବୋପନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟ କୋଲେଜିୟମ ସୁପାରିଶ କରିଥିଲେ ।
ବିଚାରପତି ନିଯୁକ୍ତି ନେଇ ମୁହାଁମୁହିଁ ସୁପ୍ରିମକୋର୍ଟ-ସରକାର ! - sends back
ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅନିରୁଦ୍ଧ ବୋଷ ଓ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏଏସ ବୋପନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟର କୋଲେଜିୟମ ସୁପାରିଶ କରିଥିଲେ । ଯାହାକୁ ସରକାର ଗ୍ରହଣ ନ କରି ନାହାନ୍ତି ବୋଲି ଜଣାପଡିଛି ।
![ବିଚାରପତି ନିଯୁକ୍ତି ନେଇ ମୁହାଁମୁହିଁ ସୁପ୍ରିମକୋର୍ଟ-ସରକାର !](https://etvbharatimages.akamaized.net/etvbharat/prod-images/768-512-3224626-thumbnail-3x2-supreme-court.jpg)
ଯାହାକୁ ସରକାର ଗ୍ରହଣ କରି ନାହାନ୍ତି ବୋଲି ଜଣାପଡିଛି । ଏହାର ମୁଖ୍ୟ କାରଣ ସେମାନଙ୍କ ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ବ ବୋଲି କୁହାଯାଉଛି । ବିଚାରପତି ବୋଷ ଅଖିଳ ଭାରତୀୟ ବରିଷ୍ଠତା କ୍ରମରେ ୧୨ ନମ୍ବରରେ ଅଛନ୍ତି । ତାଙ୍କ ମୂଳ ନ୍ୟାୟାଳୟ କୋଲକାତା ହାଇକୋର୍ଟ ରହିଥିଲା । ସେହିପରି ବୋପନ୍ନା ବରିଷ୍ଠତା କ୍ରମରେ ୩୬ ନମ୍ବରରେ ଅଛନ୍ତି ।
ଗତବର୍ଷ ବିଚାରପତି ବୋଷଙ୍କ ନାଁ ଦିଲ୍ଲୀ ହୋଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ସୁପାରିଶ କରାଯାଇଥିଲା । ସେହି ପ୍ରସ୍ତାବକୁ ମଧ୍ୟ ସରକାର ଫେରାଇ ଦେଇଥିଲେ । ଚଳିତ ସିଷ୍ଟମ ମାଧ୍ୟମରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକର କୋଲେଜିୟମ ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ । ଏହି ସିଷ୍ଟମକୁ ଅନଲାଇନ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।