ଓଡିଶା

odisha

ETV Bharat / bharat

'ବିଜେପି ନେତାଙ୍କ ଉତ୍ତେଜନାମୂଳକ ଭାଷଣ ପାଇଁ ଘଟିଛି ଦିଲ୍ଲୀ ହିଂସାକାଣ୍ଡ' - ଦିଲ୍ଲୀ ହିଂସାରେ ଅଧୀର ରଞ୍ଜନଙ୍କ ପ୍ରତିକ୍ରିୟା

ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ପଛରେ ବିଜେପି ରହିଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । କେନ୍ଦ୍ର ସରକାର ତଥା କିଛି ବିଜେପି ନେତାଙ୍କ ଉତ୍ତେଜନାମୂଳକ ଭାଷଣ ପାଇଁ ଏହି ହିଂସାକାଣ୍ଡ ଘଟିଛି ବୋଲି ସୋମବାର ସଂସଦ ବାହାରେ କହିଛନ୍ତି ସେ । ଅଧିକ ପଢନ୍ତୁ...

adhir-ranjan-chowdhury
ଅଧୀର ରଞ୍ଜନ ଚୌଧୁରୀ

By

Published : Mar 2, 2020, 1:47 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ହିଂସାକାଣ୍ଡ ପାଇଁ ପରସ୍ପର ଉପରେ ଆରୋପ ଲଗାଉଛନ୍ତି ବିରୋଧୀ ଏବଂ ଶାସକ ଦଳ । ଏହି କ୍ରମରେ ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ପଛରେ ବିଜେପି ରହିଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । କେନ୍ଦ୍ର ସରକାର ତଥା କିଛି ବିଜେପି ନେତାଙ୍କ ଉତ୍ତେଜନାମୂଳକ ଭାଷଣ ପାଇଁ ଏହି ହିଂସାକାଣ୍ଡ ଘଟିଛି ବୋଲି ସୋମବାର ସଂସଦ ବାହାରେ ସେ କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧୀର ରଞ୍ଜନ କହିଛନ୍ତି, 'ଏହି ହିଂସାକାଣ୍ଡ ପଛରେ ସରକାର, ଶାସକ ଦଳ ଏବଂ 'ଗୋଲି ମାରୋ ..' ଭଳି ବାରମ୍ବାର ଦିଆଯାଉଥିବା ଉତ୍ତେଜନାମୂଳକ ଭାଷଣ ରହିଛି । ଆଜି ମଧ୍ୟ ଏହି ସ୍ଲୋଗାନ ଦିଲ୍ଲୀରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଦିଆଯାଉଛି ।'

ସେ ଆହୁରି କହିଛନ୍ତି ଯେ,' ଆମେ ଏଭଳି ଦେଶ ଚାହୁଁଛୁ କି ? ଗୁଳି ଚଳାଇବାକୁ ସେମାନେ କିଏ ? ସେମାନେ କ'ଣ ସମସ୍ତ ଭାରତୀୟଙ୍କୁ ହତ୍ୟା କରିବେ? ଦିଲ୍ଲୀର 3-4 ଟି ଅଞ୍ଚଳରେ ହିଂସାକାଣ୍ଡ ଘଟିଛି । ଏହା କ'ଣ ମୋଦି ସରକାରଙ୍କର ଅଚ୍ଛେ ଦିନ ? ଗୃହ ମନ୍ତ୍ରଣାଳୟର ବିଫଳତା ଯୋଗୁଁ ଏହା ଘଟିଛି । ଏହି ଘଟଣା ସମଗ୍ର ବିଶ୍ବରେ ଭାରତର ଚିତ୍ରକୁ ଖରାପ କରିଛି । '

ଏହାପୂର୍ବରୁ ଦିଲ୍ଲୀ ହିଂସା ଉପରେ ଆଲୋଚନା ନକରି ଉଭୟ ଲୋକସଭା ଓ ରାଜ୍ୟସଭା ମୁଲତବୀ ହେବାରୁ କଂଗ୍ରେସ ନେତାମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାହୁଲ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ ସାଂସଦମାନେ ବ୍ୟାନର ଏବଂ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ ।

@ANI

ABOUT THE AUTHOR

...view details