ନୂଆଦିଲ୍ଲୀ: କୋଭିଡ-19 ସହ ଲଢେଇ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର । ରବିବାର ଏହି ନୂଆ ଗାଇଡଲାଇନକୁ ଜାରି କରାଯାଇଛି । ସହର ବାହାରେ କ୍ବାରେଣ୍ଟାଇନ ସୁବିଧା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହାସହ ସ୍ବାସ୍ଥ୍ୟକର୍ମଚାରୀ ଓ କ୍ବାରେଣ୍ଟାଇନ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କକୁ ମଧ୍ୟ କମ୍ କରାଯାଇଛି ।
କ୍ବାରେଣ୍ଟାଇନ ସମୟରେ ପ୍ରତିଦିନ ସେମାନଙ୍କ ଶ୍ବାସପ୍ରକ୍ରିୟା, ତାପମାତ୍ରା ପରୀକ୍ଷା କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ଆଡଭାଇଜରୀ ପ୍ରକାଶ କରାଯାଇଛି । କ୍ବାରେଣ୍ଟାଇନ ସୁବିଧାରେ ମୁଖ୍ୟ ମେଡିକାଲ ଅଫିସର ସେଠାକାର ଇନଚାର୍ଜ ରହିବେ । ଏହାସହ ଡାକ୍ତର, ମେଡିସିନ, ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ମାଇକ୍ରୋବାଇଓଲୋଜିଷ୍ଟ୍ (ଡାଇଗ୍ନୋଷ୍ଟିକ୍ ସପୋର୍ଟ ଏବଂ ଆଇପିସି ପାଇଁ), ସାଇକ୍ରେଟିସ ଓ ମନୋବିଜ୍ଞାନୀ ମଧ୍ୟ ଉପସ୍ଥିତ ରହିବେ ।