ଓଡିଶା

odisha

ETV Bharat / bharat

‘ଦମ ଅଛି ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରି ଦେଖାଅ’ - ବିଜେପିକୁ ମମତାଙ୍କ ଧମକ

ପୁଣି ବିଜେପି ସରକାର ଉପରେ ବର୍ଷିଛନ୍ତି ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଚ୍ୟାଲେଞ୍ଜ କରିଛନ୍ତି ମମତା । ଅଧିକ ପଢ଼ନ୍ତୁ...

Centre interfering in West Bengal's jurisdiction says west bengal chief minister Mamata banerjee
ଦମ ଅଛିତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରି ଦେଖାଅ: ମମତା ବାନାର୍ଜୀ

By

Published : Dec 15, 2020, 11:07 PM IST

କୋଲକାତା: ପୁଣି ବିଜେପି ସରକାର ଉପରେ ବର୍ଷିଛନ୍ତି ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଇପିଏସ ଅଧିକାରୀଙ୍କୁ ସମନ ଜାରି କରି କେନ୍ଦ୍ର ସରକାର ରାଜ୍ୟର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା । ଆଜି (ମଙ୍ଗଳବାର) କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ପଶ୍ଚିମବଙ୍ଗରେ ମୋଦି ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଏହାସହ ସେ କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇନାହିଁ । ତେବେ ନଡ୍ଡା ଦୋଷୀ ଅପରାଧୀଙ୍କୁ କାହିଁକି ଧରି ବୁଲୁଛନ୍ତି ? ଯଦି ବିଜେପି ଏବଂ କେନ୍ଦ୍ର ସରକାର ଭାବୁଛନ୍ତି ଯେ, ରାଜ୍ୟରେ ସେନା ଓ ବଡ଼ ବଡ଼ ଅଧିକାରୀଙ୍କୁ ବଦଳି କରି ସେମାନେ ଆମକୁ ଭୟଭୀତ କରି ପାରିବେ, ତାହାଲେ ସେମାନେ ଭୁଲ ଭାବୁଛନ୍ତି । ନଡ୍ଡାଙ୍କୁ କିମ୍ବା ତାଙ୍କ ସାଥିଙ୍କୁ କେହି ବି ଆଘାତ ପହଞ୍ଚାଇବାକୁ ଚାହୁଁ ନାହାନ୍ତି ।

ଖାଲି ସେତିକିରେ ଅଟକି ଯାଇନଥିଲେ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାରଙ୍କ ପାଖରେ ଦମ ଅଛି ତାହେଲେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରି ଦେଖନ୍ତୁ । ନଡ୍ଡା କାହିଁକି ଏତେ ମାତ୍ରାରେ କାର ନେଇ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଗତବର୍ଷ ଇଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଥିବା ଗୁଣ୍ଡା ମାନେ ତାଙ୍କ ସହ ରହିଥିଲେ । ଏଥିପାଇଁ ସେମାନଙ୍କୁ ଦେଖି ଆକ୍ରୋଶରେ କିଛି ଲୋକ ଏଭଳି ପଥର ମାଡ଼ କରିଥିଲେ ।

ଏହାସହ ବିଜେପି ସାଂସଦ ରାଷ୍ଟ୍ରୀୟ ଗାନକୁ ବଦଳାଇବାକୁ ଦେଇଥିବା ପ୍ରସ୍ତାବକୁ ନେଇ ମଧ୍ୟ ବର୍ଷିଛନ୍ତି ମମତା । ଏଭଳି କରି ଦେଖନ୍ତୁ କେନ୍ଦ୍ର ସରକାର । ଏହାପରେ ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ମମତା । ଏକ ରାଲିରେ ଭାଷଣ ଦେବା ବେଳେ ଏଭଳି କହିଛନ୍ତି ମମତା ବାନାର୍ଜୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details