ଓଡିଶା

odisha

ETV Bharat / bharat

50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି, ଓଡିଶା ଭାଗରେ 4

ସାରା ଦେଶର ବିଭିନ୍ନ ରାଜ୍ୟରେ ବେସାମରିକ-ସାମରିକ କ୍ଷେତ୍ରରେ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ବେସାମରିକ-ସାମରିକ କ୍ଷେତ୍ରରେ ଖୋଲାଯିବ । ଏଥିପାଇଁ 1579.9 କୋଟିର ବ୍ୟୟ ଅଟକଳ ରଖାଯାଇଛି । ଏହି ଅର୍ଥ ନୂତନ ବିଦ୍ୟାଳୟର ନିର୍ମାଣରେ 1241 କୋଟି ଓ ପ୍ରତିଷ୍ଠାନର କର୍ମଚାରୀବୃନ୍ଦଙ୍କ ବେତନ ନିମନ୍ତେ 338କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଡିଜାଇନ ଫଟୋ

By

Published : Mar 8, 2019, 3:02 PM IST

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ସାରା ଦେଶର ବିଭିନ୍ନ ରାଜ୍ୟରେ ବେସାମରିକ-ସାମରିକ କ୍ଷେତ୍ରରେ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ବେସାମରିକ-ସାମରିକ କ୍ଷେତ୍ରରେ ଖୋଲାଯିବ । ଏଥିପାଇଁ 1579.9 କୋଟିର ବ୍ୟୟ ଅଟକଳ ରଖାଯାଇଛି । ଏହି ଅର୍ଥ ନୂତନ ବିଦ୍ୟାଳୟର ନିର୍ମାଣରେ 1241 କୋଟି ଓ ପ୍ରତିଷ୍ଠାନର କର୍ମଚାରୀବୃନ୍ଦଙ୍କ ବେତନ ନିମନ୍ତେ 338କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ପାଖାପାଖି 50 ହଜାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସୂତ୍ରରୁ ପ୍ରକାଶିତ । ସାରା ଦେଶରେ ମୋଟ 12002 ଓ ବିଦେଶରେ 3ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ମଞ୍ଜୁରି ମିଳିଥିବା ବେସାମରିକ/ସାମରିକ କ୍ଷେତ୍ର ଅନ୍ତର୍ଗତ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକୁ ଦେଶରେ ବାମପନ୍ଥୀ ଓ ଅର୍ଦ୍ଧସାମରିକ ବାହିନୀ ମୂତୟନ ସ୍ଥାନରେ ନିର୍ମାଣ କରାଯିବ ।

ମିଳିଥିବା ସୂଚନା ଅନୁସାରେ ଏହି 50ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ଓଡିଶା ଭାଗରେ 4ଗୋଟି ବିଦ୍ୟାଳୟ ଖୋଲାଯିବା ପାଇଁ ମଞ୍ଜୁରି ମିଳିଛି । ଓଡିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରାୟଗଡ଼ାର ଗୁଣପୁରଠାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।

ଆସାମର ସୋନିତାପୁର ଓ ଡାରଙ୍ଗ, ବିହାରର ଗୟା ଓ ସୁପୋଲ, ଛତିଶଗଡ଼ର ବିଳାସପୁର ଓ କୋଣ୍ଡାଗା ହରିଆଣାର ଯମୂନା ନଗର, ଗୁରୁଗ୍ରାମ ଓ ସୋନପାଟ, ମଧ୍ୟପ୍ରଦେଶର ଆଗ୍ରା-ମାଲୱା, ଅନ୍ନୁପୁର, ମାନଡସପୁର ଓ ଗୋୱାଲିୟରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରାଯିବ । ସେହିଭଳି ତାମିଲନାଡୁର କୋଏମ୍ବାଟୁର, ତିରିପୁର, ଶିବଗାଙ୍ଗୀ ଓ ମଦୁରାଇ ଠାରେ ବିଦ୍ୟାଳୟ ଖୋଲାଯିବା । ଉତ୍ତର ପ୍ରଦେଶର ବାରଣାସୀ, ଫତେପୁର, ହାମିରପୁର, ଲକ୍ଷ୍ମୀପୁର ଖେରି, ଆଗ୍ରା ଓ ବେହାରଚିଠାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍ତରାଖଣ୍ଡର ଉଦ୍ଦାମ ସିଂହ ନଗର ଓ ଚାମ୍ପେୱାଟରେ ପଶ୍ଚିମବଙ୍ଗର ସିଲିଗୁଡିଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଯିବ।


ଝାଡ଼ଖଣ୍ଡର କୋଦେରମା, ଷଢେଇକଳା, ଖରସୁଆଁ, ପଶ୍ଚିମ ସିଂହଭୂମି ଏହାସହ ତ୍ରିପୁରାର ସେପାହିଜାଲଠାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। କର୍ଣ୍ଣାଟକର ବେଲଗାମ ଓ ବେଙ୍ଗାଲୁରଠାରେ, ପ୍ରତାପଗଡ ଓ ଡାସୁଆ ରାଜସ୍ଥାନ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ଅରୁଣାଞ୍ଚଳ ପ୍ରଦେଶର ଅଞ୍ଜୱା, ନାମସି ଓ ଅପର ସୁବାନସାରିଠାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ସେହିପରି ହିମାଚଳ ପ୍ରଦେଶର ମଣ୍ଡି, ଜାମ୍ମୁ ଓ କାଶ୍ମୀରର ଡୋଡା, କେରଳର ଏର୍ଣ୍ଣାକୁଲମ, ମହାରାଷ୍ଟ୍ର ଗୋଡଚିରୋଲିଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

For All Latest Updates

ABOUT THE AUTHOR

...view details