ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟକୁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି। ଅଯୋଦ୍ଧାରେ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଯେଉଁ ବ୍ୟକ୍ତି ଅର୍ଥରାଶି ଦାନ କରିଛନ୍ତି 2020-21 ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଆୟକର ଟିକସ ଛାଡ କରି ଦିଆଯିବ। ଯଦି ଆପଣ ମଧ୍ୟ ଏହି ଦାନ ଲିଷ୍ଟରେ ସାମିଲ ଅଛନ୍ତି ତେବେ ଖୁସି ହୋଇଯାଆନ୍ତୁ।
ରାମ ଜନ୍ମଭୂମି କ୍ଷେତ୍ର ଉପରେ ବର୍ତ୍ତମାନ କେନ୍ଦ୍ର ସରକାର ବିଶେଷ ଦୃଷ୍ଟି ରଖିଛନ୍ତି। ସରକାର ଆୟକର ଆଇନର ଧାରା 80Gକୁ ଏଠାକାର ଟ୍ରଷ୍ଟରେ ସାମିଲ୍ କରିଛନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ସୁଦୃଢ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସହିତ, 2020-21 ଆର୍ଥିକ ବର୍ଷ ପାଇଁ ଆୟକରର ଉକ୍ତ ବ୍ୟବସ୍ଥା ଅନୁଯାୟୀ ଟ୍ରଷ୍ଟକୁ ଦିଆଯାଇଥିବା ଦାନକୁ ଛାଡ କରାଯାଇଛି।
କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଆୟକର ଅଧିନିୟମର ଧାରା 80 G ଅନୁଯାୟୀ ଦାନକୁ ଟିକସ ଛାଡ କରିବାକୁ ଅନୁମତି ଦେଇଛି। ଏହି ଐତିହାସିକ ନିଷ୍ପତ୍ତି ଧାର୍ମିକ ଇତାହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଵଜାୟ ରଖିଵ ଵୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଧାରା 80G ଅନୁଯାୟୀ ଟିକସ ବ୍ରେକ୍ ଦାନ କରାଯାଇଥିବା ପରିମାଣକୁ ଟିକସଯୋଗ୍ୟ ଆୟରୁ କାଟିବାକୁ ଅନୁମତି ଦେଇଥାଏ, କିନ୍ତୁ ଟିକସ ବ୍ରେକ ଦାବିରେ କିଛି ସର୍ତ୍ତ ଏବଂ ପ୍ରତିବନ୍ଧକ ରହିଛି।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତର ଟ୍ରଷ୍ଟ ନିର୍ମାଣ କରାଯାଇଛି। ନଭେମ୍ବର 9 ରେ ସୁପ୍ରିମକୋର୍ଟଙ୍କ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ସମାଧାନ ହେବା ପରେ ମୋଦୀ ସରକାର ଏକ 15 ଜଣିଆ ଟ୍ରଷ୍ଟ ଗଠନ କରିଥିଲେ।