ଓଡିଶା

odisha

ETV Bharat / bharat

କୋରୋନା ଯୋଦ୍ଧାଙ୍କୁ ଅନଲାଇନ୍ ଟ୍ରେନିଂ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ - କୋରୋନା ନ୍ୟୁଜ

କୋରୋନା ମହାମାରୀକୁ ସଫଳତାର ସହ ପରିଚାଳନା କରିବା ପାଇଁ କୋରୋନା ଯୋଦ୍ଧାଙ୍କୁ ଅନଲାଇନ୍ ଟ୍ରେନିଂ ଦେବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

_corona
କୋରୋନା ଯୋଦ୍ଧାଙ୍କୁ ଅନଲାଇନ୍ ଟ୍ରେନିଂ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

By

Published : Apr 23, 2020, 10:17 AM IST

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ(UT)କୁ କୋରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । କୋରୋନା ମହାମାରୀକୁ ସଫଳତାର ସହ ପରିଚାଳନା କରିବା ପାଇଁ କୋରୋନା ଯୋଦ୍ଧାଙ୍କୁ ଅନଲାଇନ୍ ଟ୍ରେନିଂ ଦେବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସରକାର କହିଛନ୍ତି ଯେ, ସାହସୀ ତଥା ଉତ୍ସର୍ଗୀକୃତ ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ, ପୋଲିସ ଏବଂ ଅନ୍ୟ ସ୍ବେଚ୍ଛାସେବୀମାନେ କୋରୋନା ଭାଇରସର ଅପଡେଟ୍ ଜାଣିବା ପାଇଁ ଆଡଭାନ୍ସ ଟେକ୍ନୋଲୋଜି ସମ୍ପର୍କରେ ଜାଣିବା ଆବଶ୍ୟକତା ରହିଛି ।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ, ଅଧିକରୁ ଅଧିକ କୋରୋନା ଯୋଦ୍ଧାଙ୍କୁ ଇଣ୍ଟିଗ୍ରେଟେଡ୍ ଅନଲାଇନ୍ ଟ୍ରେନିଂ ମଡ୍ୟୁଲ୍ (iGOT) ପ୍ଲାଟଫର୍ମରେ ଉତ୍ସାହିତ କରାଯିବା ସହ ସେମାନଙ୍କ ପାଇଁ ପ୍ରଯୁଜ୍ୟ ଅନଲାଇନ୍ ଟ୍ରେନିଂ ପାଠ୍ୟକ୍ରମ ଗୁଡ଼ିକ ପଢିବାକୁ ପ୍ରୋତ୍ସାହନ ଦିଆଯାଉ । ଫଳରେ ସେମାନେ ଦକ୍ଷତାର ସହିତ ଏଭଳି ପରିସ୍ଥିତିକୁ ପରିଚାଳନା କରିପାରିବେ ବୋଲି କର୍ମଚାରୀ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ସୂଚନା ଅନୁଯାୟୀ, ନିକଟରେ ଦେଶର ସମସ୍ତ କୋରୋନା ଯୋଦ୍ଧାମାନଙ୍କୁ ତାଲିମ ଦେବା ପାଇଁ iGOTର ଏକ ସଂସ୍କରଣ ଆରମ୍ଭ କରାଯାଇଛି ।

ABOUT THE AUTHOR

...view details