ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ର ସରକାର ଏହା ଉପରେ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡିଛି । କେନ୍ଦ୍ର ସରକାରଙ୍କ ସୂତ୍ରରୁ ଜଣାଯାଇଛି, ‘ଅଧିକାଂଶ ରାଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଲକଡାଉନକୁ ଆଉ 2 ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏହି ଅନୁରୋଧ ଉପରେ ବିଚାର କରୁଛନ୍ତି ।’
ଗତ ମାସରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 21 ଦିନିଆ ଦେଶବ୍ୟାପୀ ଲକଡାଉନ 14 ଏପ୍ରିଲରେ ଶେଷ ହେବ । ତା ପୂର୍ବରୁ ଏହି ସରକାର ପୁଣି ଦୁଇ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ କୋରୋନା ଭାଇରସ ପରିସ୍ଥିତି ଓ ଏହାର ବିସ୍ତାରକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି ।