ନୂଆଦିଲ୍ଲୀ: ଗଲୱାନ ଘାଟିରେ ତିକ୍ତତା ଓ 20 ଭାରତୀୟ ଯବାନଙ୍କ ଶହୀଦ ପରେ ଚୀନ ପ୍ରତି ବିପଦ ଘନେଇବାରେ ଲାଗିଛି। ପ୍ରତ୍ୟେକ ସମୟରେ ବଡ ବଡ ଝଟକା ଲାଗୁଛି ଚୀନକୁ। ତେବେ ବୟକଟ ଚୀନ ଟ୍ରେଣ୍ଡ କରୁଥିବା ବେଳେ ବିହାରର ଗଙ୍ଗା ନଦୀ ଉପରେ ଏକ ବ୍ରିଜ୍ ପ୍ରକଳ୍ପକୁ ବାତିଲ କରାଯାଇଛି। ଏହି ଦୁଇଟି ମେଗା ପ୍ରକଳ୍ପରେ ଦୁଇଟି ଚୀନ୍ କମ୍ପାନୀର ସମ୍ପୃକ୍ତି ରହିଛି।
ବିହାର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ମନୋନୀତ ହୋଇଥିବା ଚାରିଜଣ କଣ୍ଟ୍ରାକ୍ଟରଙ୍କ ମଧ୍ୟରୁ ଦୁଇଜଣ ଚାଇନିଜ୍ ଏବଂ ଏହି କାରଣରୁ ଟେଣ୍ଡର ବାତିଲ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଅଧିକାରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ଅନ୍ୟ ଏକ ନୂତନ ଟେଣ୍ଡର ଚୟନ କରାଯିବ।
ସମଗ୍ର ପ୍ରକଳ୍ପର ପୁଞ୍ଜି ମୂଲ୍ୟ ପ୍ରାୟ 2,900 କୋଟି ଟଙ୍କା ଥିଲା । ଏହି ପ୍ରକଳ୍ପରେ 5.6 କିଲୋମିଟର ଲମ୍ବର ସେତୁ, ଅନ୍ୟାନ୍ୟ ଛୋଟ ବ୍ରିଜ୍, ଅଣ୍ଡରପାସ୍ ଏବଂ ରେଳ ଓଭରବ୍ରିଜ୍ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ତେବେ ଗଲୱାନ ଘାଟିରେ ସଂଘର୍ଷ ପରେ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଏପରି ପଦକ୍ଷେପ ନିଆଯାଇଛି।