ଓଡିଶା

odisha

ETV Bharat / bharat

କେନ୍ଦ୍ରୀୟ ଡେପୁଟେସନରେ ଅଧିକାରୀଙ୍କୁ ପଠାଇବାକୁ କେନ୍ଦ୍ରର ନିର୍ଦ୍ଦେଶ - ରାଜ୍ୟରୁ ଡେପୁଟି ସ୍ତରର ଅଧିକାରୀ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ଅଧିକରୁ ଅଧିକ ଡେପୁଟି ସେକ୍ରେଟାରୀ, ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Centre asks states to send more officers on central deputation
ରାଜ୍ୟରୁ ଡେପୁଟି ସ୍ତରର ଅଧିକାରୀ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

By

Published : Jun 10, 2020, 9:16 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ଅଧିକରୁ ଅଧିକ ଡେପୁଟି ସେକ୍ରେଟାରୀ, ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଅଧିକାରୀମାନଙ୍କ ଅଭିଜ୍ଞତା ଓ କ୍ୟାରିୟର ପ୍ରଗତିରେ ସହାୟକ ହେବ ବୋଲି କେନ୍ଦ୍ର କହିଛି ।

କେନ୍ଦ୍ର ଏକ ଆଦେଶରେ କହିଛି ଯେ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ନାମାଙ୍କନ ସଂଖ୍ୟା ବହୁତ କମ୍ ଓ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ବିଭିନ୍ନ କ୍ୟାଡର ବା ସେବା ଅଧିକାରୀଙ୍କ ପ୍ରତିନିଧିତ୍ବ ଅତ୍ୟନ୍ତ କମ୍ । ବିଶେଷକରି ଡିଏସ୍ ବା ନିର୍ଦ୍ଦେଶକ ସ୍ତରରେ ।

ଏଥିରେ କୁହାଯାଇଛି ଯେ, ପ୍ରତ୍ୟେକ କ୍ୟାଡରଙ୍କୁ ପ୍ରତିନିଯୁକ୍ତି ଆରକ୍ଷଣ ରଖିବାର ଅନୁମତି ରହିଛି । କାରଣ ଅଧିକାରୀଙ୍କୁ କେନ୍ଦ୍ରିୟ ଷ୍ଟାଫିଂ ଯୋଜନା ଅନ୍ତର୍ଗତ ପ୍ରତିନିଯୁକ୍ତି ପ୍ରତି କାମ କରିବାର ଅବସର ମିଳିବ । କିନ୍ତୁ ଏହି ସୁବିଧାର ଉପଯୋଗ କମ୍ । ଏହା ଡେପୁଟି ସେକ୍ରେଟାରୀ ବା ନିର୍ଦ୍ଦେଶକ ସ୍ତରରେ କ୍ୟାଡରଙ୍କ ପାଇଁ ପ୍ରାଜୁଜ୍ୟ । ତେବେ କ୍ୟାଡର କ୍ଷେତ୍ରର ଗମ୍ଭୀର ଅନ୍ତରାଳ ଦେଖିବାକୁ ମିଳୁଛି । ତେଣୁ ଏହି ଆଦେଶ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବଙ୍କୁ ପଠାଯାଇଥିଲା ।

ତେଣୁ ଅନୁରୋଧ କରାଯାଇଛି ଯେ କେନ୍ଦ୍ରୀୟ ଷ୍ଟାଫ୍ ସ୍କିମ୍ ଅନ୍ତର୍ଗତ ଡିଏସ୍ , ନିର୍ଦ୍ଦେଶକ , ଜେଏସ୍ ସ୍ତରରେ ବହୁ ସଂଖ୍ୟକ ଅଧିକାରୀଙ୍କୁ ଦୟାକରି ନିଯୁକ୍ତି ପାଇଁ ସୁପାରିଶ କରାଯାଉ ଯାହା ଦ୍ବାରା କେନ୍ଦ୍ରୀୟ ଡେପୁଟେସନ୍ ରିଜର୍ଭ ବା ଡେପୁଟେସନ୍ ରିଜର୍ଭ ଉପଯୁକ୍ତ ଭାବରେ ବ୍ୟବହାର କରାଯାଇପାରିବ ।

ABOUT THE AUTHOR

...view details