ଓଡିଶା

odisha

ETV Bharat / bharat

ଖରିପ ଫସଲ କ୍ଷତିଗ୍ରସ୍ତ: ରାଜସ୍ଥାନ, ମଣିପୁର-ମେଘାଳୟ ପାଇଁ କେନ୍ଦ୍ରର 111କୋଟି ଆର୍ଥିକ ସହାୟତା - assistance to Rajasthan

2019-20 ଖରିଫ ଋତୁରେ ପଙ୍ଗପାଳ ଆକ୍ରମଣ, ମରୁଡ଼ି ଏବଂ ବନ୍ୟା ଯୋଗୁଁ ଫସଲ ନଷ୍ଟ ପାଇଁ ରାଜସ୍ଥାନ, ମଣିପୁର ଏବଂ ମେଘାଳୟ ପାଇଁ 111.70 କୋଟି ଟଙ୍କା ଆର୍ଥିକ ସହାୟତା ଅନୁମୋଦନ କରିଛି କେନ୍ଦ୍ର ।

ଖରିପ ଫସଲ କ୍ଷତିଗ୍ରସ୍ତ
ଖରିପ ଫସଲ କ୍ଷତିଗ୍ରସ୍ତ

By

Published : May 27, 2020, 7:02 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ଯୋଗୁଁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି । ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ଅନେକ ରାଜ୍ୟରେ ପଙ୍ଗପାଳ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ । ଫସଲ ନଷ୍ଟ ସହ ଚାରିଆଡେ ପଙ୍ଗପାଳଙ୍କ ପାର୍ଦୁଭାବ ବଢିଚାଲିଛି । ଚାଷୀ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ରାଜ୍ୟର ଚାଷୀମାନଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଅନୁମୋଦନ କରିଛନ୍ତି । 2019-20 ଖରିଫ ଋତୁରେ ପଙ୍ଗପାଳ ଆକ୍ରମଣ, ମରୁଡ଼ି ଏବଂ ବନ୍ୟା ଯୋଗୁଁ ଫସଲ ନଷ୍ଟ ପାଇଁ ରାଜସ୍ଥାନ, ମଣିପୁର ଏବଂ ମେଘାଳୟ ପାଇଁ 111.70 କୋଟି ଟଙ୍କା ଆର୍ଥିକ ସହାୟତା ଅନୁମୋଦନ କରିଛି କେନ୍ଦ୍ର ।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଉଚ୍ଚ ସ୍ତରୀୟ କମିଟି ମେ 15 ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଖରିଫ ଫସଲ ନଷ୍ଟ ପାଇଁ ତିନୋଟି ରାଜ୍ୟ ରାଜସ୍ଥାନ, ମଣିପୁର ଏବଂ ମେଘାଳୟକୁ 111.70 ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ଏଚଏଲସି ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।

ରାଜସ୍ଥାନ ପାଇଁ 68.65 କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ମରୁଡି କ୍ଷତିଗ୍ରସ୍ତ ମଣିପୁର ପାଇଁ 26.53 କୋଟି ଟଙ୍କା ମଞ୍ଜୁର ହୋଇଛି ।

ଏହି ବିବୃତ୍ତିରେ କୁହାଯାଇଛି ଯେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଫସଲ ପ୍ରଭାବିତ ହୋଇଥିବା ମେଘାଳୟ ପାଇଁ 16.52 କୋଟି ଟଙ୍କାର ଅବଶିଷ୍ଟ ସହାୟତା ଅନୁମୋଦନ କରାଯାଇଛି।

ଆର୍ଥିକ ବର୍ଷ 2019-20 ଏପ୍ରିଲରୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଆକାଉଣ୍ଟରେ ଉପଲବ୍ଧ ବାଲାନ୍ସର 50 ପ୍ରତିଶତ ଆଡଜଷ୍ଟମେଣ୍ଟ ଅନୁଯାୟୀ, ବର୍ତ୍ତମାନର ବିପର୍ଯ୍ୟୟ ଅନୁଯାୟୀ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) କୁ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି।

ବିବୃତ୍ତିରେ କୁହାଯାଇଛି ଯେ ଗୃହ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନୁମୋଦିତ ରାଶି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ କହିଛି ।

ABOUT THE AUTHOR

...view details