ଓଡିଶା

odisha

ETV Bharat / bharat

ବର୍ତ୍ତମାନ ସରକାର-ବିରୋଧୀ ଏକତାର ସମୟ: ମାୟାବତୀ - ମାୟାବତୀ

ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାମୁହିଁ ଘଟଣାରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହାକୁ ନେଇ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସୋମବାର କହିଛନ୍ତି, ବର୍ତ୍ତମାନ ସରକାର ଏବଂ ବିରୋଧୀ ଦଳକୁ ପୂର୍ଣ୍ଣ ଏକତାର ସହ କାର୍ଯ୍ୟ କରିବାକୁ ପଡିବ।

mayabati
ବର୍ତ୍ତମାନ ସରକାର ଏବଂ ବିରୋଧୀ ଦଳକୁ ପୂର୍ଣ୍ଣ ଏକତାର ସହ କାର୍ଯ୍ୟ କରିବାକୁ ପଡିବ

By

Published : Jun 22, 2020, 5:37 PM IST

ଲକ୍ଷ୍ନୌ: ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାମୁହିଁ ଘଟଣାରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହାକୁ ନେଇ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସୋମବାର କହିଛନ୍ତି, ବର୍ତ୍ତମାନ ସରକାର ଏବଂ ବିରୋଧୀ ଦଳକୁ ପୂର୍ଣ୍ଣ ଏକତାର ସହ କାର୍ଯ୍ୟ କରିବାକୁ ପଡିବ।

ବର୍ତ୍ତମାନ ସମଗ୍ର ଦେଶରେ କର୍ଣ୍ଣଲଙ୍କ ସମେତ 20 ଯବାନଙ୍କ ଶହୀଦ ଘଟଣାକୁ ନେଇ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ଏଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏବଂ ବିରୋଧୀ ଦଳକୁ ପୂର୍ଣ୍ଣ ଏକତାର ସହ କାର୍ଯ୍ୟ କରିବାକୁ ପଡିବ। ଯାହାଦ୍ବାରା ସମଗ୍ର ଦେଶ ଏବଂ ବିଶ୍ବ ଏହା ଦେଖିପାରିବ ବୋଲି ମାୟାବତୀ ଟ୍ବିଟ ଜରିଆରେ କହିଛନ୍ତି ।

ଗତ ଜୁନ୍ 15ରେ ଲଦାଖର ଗଲୱାନ ଘାଟିର ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏଭଳି କଠିନ ସମୟରେ ଭାରତ ସରକାରଙ୍କ ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଲୋକମାନଙ୍କର ଏବଂ ବହୁ ବରିଷ୍ଠ ଲୋକଙ୍କ ମତ ଭିନ୍ନ ହୋଇପାରେ । କିନ୍ତୁ ବର୍ତ୍ତମାନ ସୀମା ରକ୍ଷା ପ୍ରସଙ୍ଗକୁ ସରକାରଙ୍କ ଉପରେ ଛାଡିଦେବା ଠିକ୍ ହେବ । ଯାହା ସମସ୍ତ ସରକାରଙ୍କ ଦାୟିତ୍ବ ଅଟେ ବୋଲି ମାୟାବତୀ ଟ୍ବିଟରେ କହିଛନ୍ତି ।

ABOUT THE AUTHOR

...view details