ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ କାର ଉପରକୁ ହୋଇଥିଲା ଆକ୍ରମଣ । ସୁରକ୍ଷାରେ ତୃଟି ଯୋଗୁଁ ରାଜ୍ୟର 3 ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ହେଲେ ସରକାର 3 ଅଧିକାରୀଙ୍କୁ କେନ୍ଦ୍ରକୁ ପଠାଇବାକୁ ସିଧାସିଧା ମନା କରିଦେଇଥିଲେ । ଏହା ପରେ ଏହି ଆଇପିଏସ ଅଧିକାରୀଙ୍କୁ ପୂନର୍ବାର କେନ୍ଦ୍ରକୁ ବଦଳି ପାଇଁ ନୋଟିସ ଜାରି କରାଯାଇଥଇଲେ ମଧ୍ୟ ଏହାକୁ ବି ପ୍ରତ୍ୟାଖ୍ୟାନ କରିଥିଲେ ମମତା ସରକାର । ଏହାପରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମାନି ନେଇଛି କେନ୍ଦ୍ର ।
ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ଭିଡିଓ କନଫରେନ୍ସ ଜରିଆରେ ବୈଠକ କରିବାକୁ କୁହାଯାଇଥିଲା । ଏହି ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ଗ୍ରହଣ କରାଯାଇଛି । ତେବେ ଶୁକ୍ରବାର ସଂଧ୍ୟା 5ଟା 30 ସୁଦ୍ଧା 3 ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରକୁ ରିପୋର୍ଟ କରିବାକୁ ଗୃହମନ୍ତ୍ରଣାଳୟ ପକ୍ଷରୁ ଆଦେଶ ଦିଆଯାଇଥିଲା ।