ଓଡିଶା

odisha

By

Published : Jun 26, 2020, 6:44 AM IST

ETV Bharat / bharat

କୋରୋନା ପ୍ରଭାବିତ ତିନି ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍

ଦେଶରେ ତିନି ପ୍ରମୁଖ ରାଜ୍ୟ ଭିତରେ ରହିଛି ମହାରାଷ୍ଟ୍ର, ଗୁଜରାଟ ଏବଂ ତେଲେଙ୍ଗାନା । ନିରନ୍ତର ଭାବରେ ଏହି ତିନି ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କୋରୋନା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...

କୋରୋନା ପ୍ରଭାବିତ ତିନି ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍
କୋରୋନା ପ୍ରଭାବିତ ତିନି ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ଦେଶରେ ତିନି ପ୍ରମୁଖ ରାଜ୍ୟ ଭିତରେ ରହିଛି ମହାରାଷ୍ଟ୍ର, ଗୁଜରାଟ ଏବଂ ତେଲେଙ୍ଗାନା । ନିରନ୍ତର ଭାବରେ ଏହି ତିନି ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କୋରୋନା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଏଥିପାଇଁ କେନ୍ଦ୍ର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ଏକ ଟିମ୍ ଏହି ତିନି ରାଜ୍ୟକୁ ଯିବ । ଜୁନ୍ 26ରୁ ଜୁନ୍ 29 ମଧ୍ୟରେ ତିନି ରାଜ୍ୟ ଗସ୍ତ କରି ଲବ୍ ଅଗ୍ରଓ୍ୱାଲ ନେତୃତ୍ୱାଧୀନ ଟିମ୍ କୋରୋନା ପରିଚାଳନାକୁ ଅଧିକ ମଜବୁତ କରିବେ । ଏହି ତିନି ରାଜ୍ୟରୁ ମୋଟ୍ 4,73, 105 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରୁ ସର୍ବାଧିକ 1,42,900 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରୁ 28,943 ଏବଂ ତେଲେଙ୍ଗାନାରୁ 10,331 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର 17 ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 418 ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଏହି ତିନି ରାଜ୍ୟରୁ ମୋଟ୍ 62 ପ୍ରତିଶତ ରହିଛନ୍ତି । ସ୍ଥିତି ଅଧିକ ସଙ୍ଗୀନ ହେଉଥିବା ଦେଖି କେନ୍ଦ୍ର ସରକାର ଏହି ତିନି ରାଜ୍ୟକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ABOUT THE AUTHOR

...view details