ପୁଣେ: କାର୍ଯ୍ୟରତ କୋରୋନା ଯୋଦ୍ଧାଙ୍କୁ ଯଥା ସମ୍ଭବ ସଂକ୍ରମଣ ମୁକ୍ତ ରଖିବା ପାଇଁ କେନ୍ଦ୍ର ରେଳବାଇ ସଂସ୍ଥାର ଅଭିନବ ଉଦ୍ୟମ। କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର କମ କରିବାକୁ ଏକ ରୋବଟ ଲଞ୍ଚ କରାଯାଇଛି ଯାହାର ନାମ ହେଉଛି କ୍ୟାପଟେନ୍ ଅର୍ଜୁନ। ଏହି ରୋବର୍ଟ ରେଳଯାତ୍ରୀଙ୍କ ସ୍କ୍ରିନିଂ କରି ଛାଡିବା ସହ ପୁଣେ ସହରକୁ ନିଜ ନଜରରେ ରଖିବ। ମୁମ୍ବାଇର କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ଏମ ସୂତାର କହିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ବଢାଇବା ପାଇଁ କେନ୍ଦ୍ରୀୟ ରେଳବାଇ, ପୁଣେ ବିଭାଗର ରୋବୋଟିକ୍ "କ୍ୟାପଟେନ ଅର୍ଜୁନ୍ " ଏକ ଅଭିନବ ପଦକ୍ଷେପ।
କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଟ୍ୱିଟରେ କହିଛନ୍ତି ଯେ, ରେଳବାଇ ଯାତ୍ରୀମାନଙ୍କ ସୁରକ୍ଷା ବଢାଇବା ପାଇଁ ରୋବଟ ‘କ୍ୟାପଟେନ ଅର୍ଜୁନ’ଲଞ୍ଚ କରାଯାଇଛି। ଏହାସହ ମନ୍ତ୍ରୀ ପୁଣେରେ ରୋବୋଟିକ୍ କ୍ୟାପଟେନ ଯାତ୍ରୀ ସ୍କ୍ରିନିଂ କରୁଥିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। କ୍ୟାପ୍ଟେନ ଅର୍ଜୁନ ପୁଣେରେ ଥିବା ରେଳ ସୁରକ୍ଷା ବଳ (ଆରପିଏଫ) କୁ ସାମାଜିକ ବିରୋଧୀ ଉପାଦାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାରେ ସାହାଯ୍ୟ କରିବେ।