ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: 925 କୋଟି ଦେବ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ

କୋରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (CPSE) ପିଏମ କେୟାର୍ସ ଫଣ୍ଡକୁ 925 କୋଟି ଟଙ୍କା ପ୍ରଦାନ କରିବ । ଅଧିକ ପଢନ୍ତୁ...

By

Published : Apr 3, 2020, 9:02 PM IST

Central Public Sector Enterprises decided to contribute Rs 925 Crore to PMCARES Fund
କୋରୋନା ମୁକାବିଲା: 925 କୋଟି ଦେବ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (CPSE) ପିଏମ କେୟାର୍ସ ଫଣ୍ଡକୁ 925 କୋଟି ଟଙ୍କା ପ୍ରଦାନ କରିବ । ଏନେଇ ଏଣ୍ଟରପ୍ରାଇଜେସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଏଣ୍ଟରପ୍ରାଇଜେସ ଶକ୍ତି ମନ୍ତ୍ରଣାଳୟ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ରହିଛି ।

ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ଦେଶରେ ଅଚଳାବସ୍ଥା ଲାଗିରହିଛି । କେବଳ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଛାଡି ଅନ୍ୟ ସମସ୍ତ କାରବାର ବନ୍ଦ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ କୋରୋନା ମୁକାବିଲାକୁ ସହଜ କରିବା ପାଇଁ ପିଏମ କେୟାରର୍ସ ଫଣ୍ଡ ଗଠନ କରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ ।

ଦେଶରେ 2ହଜାର 3ଶହରୁ ଉର୍ଦ୍ଧ୍ବ ଲୋକ କୋରୋନା ପଜିଟିଭ ରହିଥିବା ବେଳେ 56 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 157 ଜଣ ଲୋକ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି ।

@ANI

ABOUT THE AUTHOR

...view details