ନୂଆଦିଲ୍ଲୀ: ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କୋରୋନା ଟେଷ୍ଟ ରିପୋର୍ଟ । ତାଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ଜୁଲାଇ 2-3 ତାରିଖରେ ବାଲେଶ୍ବର ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ତେବେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ଏଥିରେ ଦଳୀୟ ବିଧାୟକ ମଧ୍ୟ ସାମିଲ ଥିଲେ । ଯିଏ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କୋରୋନା ରିପୋର୍ଟ ନିଗେଟିଭ - Corona test report
ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କୋରୋନା ଟେଷ୍ଟ ରିପୋର୍ଟ । ପ୍ରତାପଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି ।
ପ୍ରତାପ ଷଡ଼ଙ୍ଗୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନିଗେଟିଭ
ସେହିପରି ଜିଲ୍ଲାର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଦଳୀୟ ବିଧାୟକଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜେ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସଙ୍ଗରୋଧରେ ଥିବା ଟ୍ବିଟ କରିଥିଲେ । ତେବେ ଗୁରୁବାର ଦିଲ୍ଲୀରେ କୋରୋନା ଟେଷ୍ଟ ପାଇଁ ଏମ୍ସରେ ତାଙ୍କ ସାମ୍ପଲ ସଂଗ୍ରହ କରାଯାଇଥିଲା । ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 10, 2020, 2:19 AM IST