ଲକ୍ଷ୍ନୌ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି(ରବିବାର) ଇନଭେଷ୍ଟର୍ସ ସମିଟକୁ ଉଦଘାଟନ କରିବା ସହ 65ହଜାର କୋଟି ଟଙ୍କାର 250ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଭାରତର ସ୍ବପ୍ନ ଦେଖିଛନ୍ତି । ଯେଉଁଥିରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ତଥା ସୁଶାସନ କ୍ଷେତ୍ରରେ ଭାରତର ଅଗ୍ରଣୀ ସ୍ଥାନ ହାସଲ କରିବାର ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ମୋଦିଙ୍କ ନେତୃତ୍ବରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ବିଶ୍ବ ମାନ୍ୟତାରେ ଏକାଦଶ ତମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବା ଶାହ ପ୍ରକାଶ କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ତ୍ବରିତ ପଦକ୍ଷେପ ପାଇଁ ସମ୍ଭବ ହୋଇଛି ।