ଓଡିଶା

odisha

ETV Bharat / bharat

PMGKY: 30 କୋଟି ଗରିବଙ୍କୁ ମିଳିଲା 28,256 କୋଟି ଟଙ୍କା - fight against corona

ଗରିବଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାରଙ୍କ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 30 କୋଟିରୁ ଅଧିକ ଲୋକଙ୍କୁ 28,256 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି।

PMGKY
ଅର୍ଥ ମନ୍ତ୍ରଣାଳୟ

By

Published : Apr 12, 2020, 11:45 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ଗରିବଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାରଙ୍କ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 30 କୋଟିରୁ ଅଧିକ ଲୋକଙ୍କୁ 28,256 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଅଧୀନରେ 30 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରତ୍ୟକ୍ଷ ଭାବରେ 28,256 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ଅର୍ଥମନ୍ତ୍ରଣାଳୟ ଟ୍ବିଟ କରି ଜଣାଇଛି। ଏହି ଯୋଜନାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଘୋଷଣା କରିଥିଲେ ଏବଂ ଏହା 1.70 ଲକ୍ଷ କୋଟି ଟଙ୍କା ସରକାର ଘୋଷଣା କରିଥିବା ରିଲିଫ ପ୍ୟାକେଜର ଏକ ଅଂଶ। ମନ୍ତ୍ରଣାଳୟ ଅନୁସାରେ, ଏହା ଅଧୀନରେ ଥିବା ପିଏମ-କିଶାନର ପ୍ରଥମ କିସ୍ତି ଭାବେ 13,855 କୋଟି ଟଙ୍କା ଦିଆଯାଇଛି । ଏହି ଯୋଜନା ଅଧୀନରେ 8 କୋଟି ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ 6.93 କୋଟି ଲୋକ ଆକାଉଣ୍ଟରେ ଦୁଇ ହଜାର ଟଙ୍କା ପାଇଛନ୍ତି।

ଏମାନଙ୍କ ବ୍ୟତୀତ 19.86 କୋଟି ମହିଳା ଜନ ଧନ ଆକାଉଣ୍ଟଧାରୀ 500 ଟଙ୍କା ଲେଖାଏଁ ପାଇଛନ୍ତି। ସେମାନଙ୍କୁ ମୋଟ 9,930 କୋଟି ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1400 କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରାୟ 2.82 କୋଟି ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମ ଏହି ସୁବିଧା ପାଇଛନ୍ତି। ସେମାନେ ଏକ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ 2.16 କୋଟି ଶ୍ରମିକଙ୍କୁ ମଧ୍ୟ 3,066 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ଅନ୍ୟ ଏକ ଟ୍ବିଟରେ କହିଛି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 80 କୋଟି ଲୋକଙ୍କୁ ମାସିକ 5 କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯାଉଛି। ଦୁଇ କୋଟି ଲୋକ ଏହି ସୁବିଧା ପାଇ ସାରିଛନ୍ତି।

ABOUT THE AUTHOR

...view details