ଓଡିଶା

odisha

ETV Bharat / bharat

ଘରେ କେମିତି ଲୋକେ ବିତାନ୍ତି ସମୟ, ଜାଣିବା ପାଇଁ ସର୍ଭେ ଆରମ୍ଭ...

କେନ୍ଦ୍ର ସରକାରଙ୍କ ଷ୍ଟାଟେଷ୍ଟିକ ବିଭାଗ ପକ୍ଷରୁ କରାଯାଉଥିବା ହାଉସ ହୋଲ୍ଡ ଟାଇମ ୟୁଜ ସର୍ଭେ(ଟିୟୁଏସ) ଆରମ୍ଭ ହୋଇଛି ।

By

Published : Jul 14, 2019, 2:10 PM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ମୌ: ଆପଣମାନେ ଘରେ କେମିତି ସମୟ ଅତିବାହିତ କରନ୍ତି, ସେ ନେଇ ଜାଣିବା ପାଇଁ ଭାରତ ସରକାର କରିଛନ୍ତି ସର୍ଭେ । କେନ୍ଦ୍ର ସରକାରଙ୍କ ଷ୍ଟାଟେଷ୍ଟିକ ବିଭାଗ ପକ୍ଷରୁ କରାଯାଉଥିବା ହାଉସ ହୋଲ୍ଡ ଟାଇମ ୟୁଜ ସର୍ଭେ(ଟିୟୁଏସ) ଆରମ୍ଭ ହୋଇଛି । ଯେଉଁଥିରେ ଘରେ ଥିବା ମହିଳା ଓ ପୁରୁଷ ନିଜ ସମୟ କେମିତି ଅତିବାହିତ କରୁଛନ୍ତି, ଦେଖିବା ପାଇଁ ଏହି ସର୍ଭେ କରାଯାଉଛି ।

ମହିଳାମାନେ ପିଲାଙ୍କ ପାଠପଢାଠୁ ନେଇ ଆରମ୍ଭ କରି ରୋଷେଇ କରିବା ଏବଂ ମୋବାଇଲରେ କେତେ ସମୟ ଅତିବାହିତ କରୁଛନ୍ତି । ଏସବୁ କାର୍ଯ୍ୟକଳାପ ସର୍ଭେର ଅଂଶ ଭାବେ ସାମିଲ କରାଯାଇଛି । ଷ୍ଟାଟେଷ୍ଟିକ ବିଭାଗ ସଚିବ ପ୍ରବୀଣ ଶ୍ରୀବାସ୍ତବ ଏବବାଦରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ହାଉସ ହୋଲ୍ଡ ଟାଇମ ୟୁଜ ସର୍ଭେର ଡାଟା ଆସନ୍ତା ଡିସେମ୍ବର ବେଳକୁ ଫଳାଫଳ ଆସିଯିବ ।

ଏଥିରୁ ଜଣାପଡିବ 24ଘଣ୍ଟା ମଧ୍ୟରୁ ଲୋକମାନେ କେତେ ସମୟ ବ୍ୟବହାର କରୁଛନ୍ତି । ଆଉ କେତେ ସମୟ ଅପଚୟ ହେଉଛି । 1998-99ମସିହାରେ ପ୍ରଥମଥର ପାଇଲଟ ଟିୟୁଏସ 6ଟି ରାଜ୍ୟ ଯେପରିକି ହରିୟାଣା, ମଧ୍ୟପ୍ରଦେଶ, ଓଡିଶା, ଗୁଜୁରାଟ, କେରଳ ଓ ମେଘାଳୟରେ ସର୍ଭେ ଆରମ୍ଭ କରିଥିଲା । ତେବେ ଏବେ ପୁରା ଦେଶରେ ଏହି ସର୍ଭେ କରାଯାଉଛି ।

ABOUT THE AUTHOR

...view details