ଓଡିଶା

odisha

ETV Bharat / bharat

ସରକାରୀ କର୍ମଚାରୀଙ୍କ ପାଇଁ 350 ଅତିରିକ୍ତ ଲୋକାଲ ଟ୍ରେନ୍ ସେବା ଆରମ୍ଭ - ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା 350 ଅତିରିକ୍ତ ଲୋକାଲ ଟ୍ରେନ୍ ସେବା

ଜୁଲାଇ 1 ରୁ ମୁମ୍ବାଇରେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା 350 ଅତିରିକ୍ତ ଲୋକାଲ ଟ୍ରେନ୍ । ତେବେ ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳର ଲୋକାଲ ଟ୍ରେନର ଅତିରିକ୍ତ ସେବା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା  350 ଅତିରିକ୍ତ ଲୋକାଲ ଟ୍ରେନ୍ ସେବା
ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା 350 ଅତିରିକ୍ତ ଲୋକାଲ ଟ୍ରେନ୍ ସେବା

By

Published : Jul 1, 2020, 5:35 PM IST

ମୁମ୍ବାଇ: ଜୁଲାଇ 1 ରୁ ମୁମ୍ବାଇରେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା 350 ଅତିରିକ୍ତ ଲୋକାଲ ଟ୍ରେନ୍ । ତେବେ କେନ୍ଦ୍ର ସରକାର ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳର ଲୋକାଲ ଟ୍ରେନର ଅତିରିକ୍ତ ସେବା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ମୁମ୍ବାଇର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ପ୍ରମାଣିତ ହେବ । ଏହି ଲୋକାଲ ଟ୍ରେନ୍ ଗୁଡିକ ଦ୍ରୁତଗାମୀ ଟ୍ରେନ୍ ହେବ, ଯାହା କେବଳ ପ୍ରମୁଖ ଷ୍ଟେସନରେ ଅଟକିବ । ଏଥିମଧ୍ୟରେ ସମାନ ଯାତ୍ରୀମାନେ ଯାତ୍ରା କରିପାରିବେ ଯିଏ ସରକାରୀ କର୍ମଚାରୀ ହୋଇଥିବେ ।

ଆୟକର ବିଭାଗ, ଜିଏସଟି ବିଭାଗ, କଷ୍ଟମ ବିଭାଗ, ଇଣ୍ଡିଆନ ପୋଷ୍ଟ ନ୍ୟାସନାଲ ବ୍ୟାଙ୍କ, ମୁମ୍ବାଇ ବନ୍ଦର ଟ୍ରଷ୍ଟ ବିଭାଗ ଏବଂ ଅନ୍ୟାନ୍ୟ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସରକାରୀଙ୍କ ପାଇଁ କେନ୍ଦ୍ର ଏହି ସୁବିଧା ଆରମ୍ଭ କରିଛନ୍ତି ।

ଏହି ଅତିରିକ୍ତ ଲୋକାଲ ଟ୍ରେନ୍ ବ୍ୟବହାର କରୁଥିବା ଯାତ୍ରୀ ଏବଂ କର୍ମଚାରୀମାନେ ଯାତ୍ରା କରିବା ପୂର୍ବରୁ ଷ୍ଟେସନରେ ସେମାନଙ୍କର ସରକାରୀ ବିଭାଗର ଆଇ-କାର୍ଡ ଦେଖାଇବାକୁ ପଡିବ, ଏହା ପରେ ସେମାନେ ରେଳ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ଏହା ସହ ସାମାଜିକ ଦୂରତା ମଧ୍ୟରେ ଲୋକାଲ ଟ୍ରେନ୍ ଭିତରେ ବସିବା ପାଇଁ ରେଳ ବିଭାଗ ତରଫରୁ ନିୟମ କରାଯାଇଛି ।

ABOUT THE AUTHOR

...view details