ନୂଆଦିଲ୍ଲୀ: ଜୁନ 18ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ସମ୍ପୂର୍ଣ୍ଣ ଲକଡାଉନ୍ ପଡିବ ବୋଲି ସୋସିଆଲ ମିଡିଆରେ ଖବର ଘୁରି ବୁଲୁଛି । ବର୍ତ୍ତମାନ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି । ଗୃହ ମନ୍ତ୍ରଣାଳୟ ଏହାକୁ ଗୁଜବ ବୋଲି କହିଛି ।
18 ଜୁନରେ ସମ୍ପୂର୍ଣ୍ଣ ଲକଡାଉନ୍ ଦାବି ଗୁଜବ: କେନ୍ଦ୍ର ସରକାର - 18 ଜୁନରେ ସମ୍ପୁର୍ଣ୍ଣ ଲକଡାଉନ୍ ଦାବି ଗୁଜବ
ଜୁନ 18ରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ସମ୍ପୂର୍ଣ୍ଣ ହେବ ବୋଲି ସୋସିଆଲ ମିଡିଆରେ ଖବର ଘୁରି ବୁଲୁଛି । ବର୍ତ୍ତମାନ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି ।

ଦିଲ୍ଲୀରେ କୋରୋନା ଭାଇରସ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଲକଡାଉନ୍ ପଡିବା ନେଇ ମିଥ୍ୟା ଖବର ସାମ୍ନାକୁ ଆସିଥିଲା। କୁହାଯାଉଥିଲା ଯେ କେନ୍ଦ୍ର ସରକାର 4 ସପ୍ତାହ ପାଇଁ ଦିଲ୍ଲୀ ଓ ଏନସିଆରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ପାରିବେ । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବା ନେଇ ମଧ୍ୟ ଆଲୋଚନା ଜୋର୍ ଧରିଥିଲା।
ତେବେ ଏଭଳି ଦାବିକୁ ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି) ପ୍ରତ୍ୟାଖ୍ୟାନ କରିଛି। ସେ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆଉ ଥରେ ଲକଡାଉନ୍ କରିବାର କୌଣସି ଯୋଜନା ନାହିଁ ତେଣୁ ଏଭଳି ପୋଷ୍ଟ ନକରନ୍ତୁ । ପିଆଇବି ଫ୍ୟାକ୍ଟଚେକ୍ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରି କହିଛନ୍ତି ଯେ ଗୁଜବ ପ୍ରଚାରକମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଭାଇରାଲ ହୋଇଥିବା ଫେସବୁକ ପୋଷ୍ଟକୁ ମଧ୍ୟ ପିଆଇବି ସେୟାର କରିଛି ।