ଓଡିଶା

odisha

ETV Bharat / bharat

ଅନୁପ୍ରବେଶକାରୀ ସାବଧାନ ! ଚିହ୍ନଟ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ - center directs state govt to identify illegal migrants

ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।

illegal migrants in india
ଅନୁପ୍ରବେଶକାରୀ ସାବଧାନ ! ଚିହ୍ନଟ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

By

Published : Dec 4, 2019, 9:26 PM IST

ନୂଆଦିଲ୍ଲୀ: ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ବାଙ୍ଗାଲୋରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବାବଦରେ ସାଂସଦ ରାଜୀବ ଚନ୍ଦ୍ରଶେଖର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏମିତି କହିଛନ୍ତି । ଭିସା ନେଇ ଏମାନେ ଦେଶକୁ ଆସୁଥିବାବେଳେ ଭିସା ସରିବା ପରେ ବି ରହିଯାଉଛନ୍ତି । ଖାଲି ବାଂଲାଦେଶୀ ନୁହଁନ୍ତି ଅନ୍ୟ ଦେଶର ଲୋକେ ବି ଭାରତରେ ଏପରି ରହୁଛନ୍ତି ।

ତେଣୁ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିପ୍ରତି ଧ୍ୟାନ ଦେବାକୁ କହିଛି । ଏହାସହ ଏମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବା ସେ କହିଛନ୍ତି ।

ABOUT THE AUTHOR

...view details