ଓଡିଶା

odisha

ETV Bharat / bharat

କୋଭିଡ-19 ମୁକାବିଲା: ନୂତନ ରଣନୀତି ଆପଣେଇବାକୁ 4 ରାଜ୍ୟକୁ କେନ୍ଦ୍ରର ଚିଠି

କୋଭିଡ-19 ସଂକ୍ରମଣ ବିସ୍ତାରକୁ ଦୃଷ୍ଟିରେ ରଖି ବିହାର, ଆସାମ, ଓଡିଶା ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଏହି ରାଜ୍ୟ ଗୁଡିକୁ ନୂଆ ନିୟମ ପଦକ୍ଷେପ ଗ୍ରହଣ କରାଯିବାକୁ କୁହାଯାଇଛି ।

combat covid
କୋଭିଡ-19 ମୁକାବିଲା

By

Published : Jul 18, 2020, 2:01 PM IST

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ବିସ୍ତାରକୁ ଦୃଷ୍ଟିରେ ରଖି ବିହାର, ଆସାମ, ଓଡିଶା ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଏହି ରାଜ୍ୟ ଗୁଡିକୁ ନୂଆ ନିୟମ ପଦକ୍ଷେପ ଗ୍ରହଣ କରାଯିବାକୁ କୁହାଯାଇଛି । ଏହାସହ କୋରୋନାରେ ମୃତ୍ୟୁ ସଂଖ୍ୟାକୁ 1 ପ୍ରତିଶତରୁ କମ୍ କରିବାକୁ କୁହାଯାଇଛି ।

ଲକଡାଉନ୍ ଖୋଲିବା ପରେ ଏହି ରାଜ୍ୟରେ ନିୟମ କଡାକଡି ପାଳନ କରାଯିବାକୁ କୁହାଯାଇଛି । ଏହାସହ କଣ୍ଟେନମେଣ୍ଟ ଜୋନ୍, ବଫର୍ ଜୋନ୍ ଓ ପରୀକ୍ଷଣ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ନୂଆ ରଣନୀତି ଆପଣେଇ କୋଭିଡ ସହ ଲଢେଇ କରିବାକୁ କୁହାଯାଇଛି ।

ଏହି ରାଜ୍ୟଗୁଡିକର ମୁଖ୍ୟ ସଚିବଙ୍କୁ ଲେଖିଥିବା ଏକ ପତ୍ରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସେମାନଙ୍କୁ ଏହା ନିଶ୍ଚିତ କରିବାକୁ କହିଛନ୍ତି । ପ୍ରାୟ 80 ପ୍ରତିଶତ ନୂତନ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଖୋଜିବା ସହ 72 ଘଣ୍ଟା ମଧ୍ୟରେ ସମସ୍ତଙ୍କୁ କ୍ବାରେଣ୍ଟାଇନ କରାଯିବାକୁ କୁହାଯାଇଛି । ଚିଠିରେ ଦର୍ଶାଯାଇଛି ଯେ ମାମଲା ଓ କଣ୍ଟ୍ରାକ୍ଟ ମ୍ୟାପିଂ ଉପରେ ଆଧାର କରି କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଗୁଡିକ ସଠିକ୍ ଭାବରେ ବିସ୍ତୃତ କରାଯିବା ଉଚିତ ।

ରାଜ୍ୟଗୁଡିକ ଦିନକୁ ସର୍ବନିମ୍ନ 14 ଜଣଙ୍କ ପରୀକ୍ଷା କରିବାକୁ କୁହାଯାଇଛି । ଏହାସହ 10 ପ୍ରତିଶତ କମ୍ ପଜିଟିଭ୍ ରୋଗୀ ସୁନିଶ୍ଚିତ କରିବାକୁ କୁହାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ଚିଠି ଅନୁଯାୟୀ କେନ୍ଦ୍ର ଏକ ମହା-ଶୃଙ୍ଖଳିତ ଦଳକୁ ବିହାରରେ ସମୀକ୍ଷା ଓ ସମନ୍ବୟ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛି।

ଗତ 4 ସପ୍ତାହ ଧରି ଓଡିଶାରେ ପ୍ରତିଦିନ ହାରାହାରି 500 ରୁ ଅଧିକ ମାମଲା ରିପୋର୍ଟ ସାମ୍ନାକୁ ଆସୁଛି ବୋଲି ରାଜ୍ୟର ମୁଖ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠିରେ ଦର୍ଶାଯାଇଛି। ଆକ୍ଟିଭ୍ କେସ୍ ଅନୁଯାୟୀ, ଓଡିଶା ଦେଶର ଦଶମ ସର୍ବାଧିକ ପ୍ରଭାବିତ ରାଜ୍ୟ । ଗଞ୍ଜାମ ରାଜ୍ୟର ପ୍ରାୟ 37 ପ୍ରତିଶତ ସକ୍ରିୟ ମାମଲା । ନବରଙ୍ଗପୁର, ସମ୍ବଲପୁର, କେନ୍ଦୁଝର ମଧ୍ୟ ଉଦୀୟମାନ ହଟସ୍ପଟ୍ ଭାବରେ ଉଭା ହୋଇଛି । ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଚିଠିରେ ଦର୍ଶାଯାଇଛି।

ABOUT THE AUTHOR

...view details