ଓଡିଶା

odisha

ETV Bharat / bharat

ପଙ୍ଗପାଳ ଆତଙ୍କ ମୁକାବିଲା ପାଇଁ ରାଜ୍ୟ ସହ ମିଶି କାମ କରିବେ କେନ୍ଦ୍ର ସରକାର

ପଙ୍ଗପାଳ ଆତଙ୍କର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ପଙ୍ଗପାଳକୁ ମାରିବା ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ପ୍ରସ୍ତୁତି ଚାଲିଛି।

locust
ପଙ୍ଗପାଳ ଆତଙ୍କର ମୁକାବିଲା ରାଜ୍ୟ ସହ ମିଶି କାମ କରିବେ କେନ୍ଦ୍ର ସରକାର

By

Published : May 28, 2020, 10:28 AM IST

ନୂଆଦିଲ୍ଲୀ: ପଙ୍ଗପାଳ ଆତଙ୍କର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ପଙ୍ଗପାଳକୁ ମାରିବା ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ପ୍ରସ୍ତୁତି ଚାଲିଛି।

ଡ୍ରୋନ୍ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ପଙ୍ଗପାଳ କୀଟନାଶକ ସ୍ପ୍ରେ କରାଯିବ। ଏଥିପାଇଁ କୃଷି ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିଛି । ଯେଉଁଥିରେ କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ଏଜେନ୍ସି ବ୍ୟବହାର କରାଯିବ।

ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ଦୁଇଟି ଏଜେନ୍ସି ଚୟନ ହୋଇଥିବାବେଳେ ଅବଶିଷ୍ଟ ଚୟନ ପାଇଁ ଇ ନିଲାମ କରାଯାଉଛି । ଡ୍ରୋନର ବ୍ୟବହାର ବିଶେଷକରି ବଡ଼ ବଡ ଗଛ ଏବଂ ଯେଉଁ ଅଞ୍ଚଳକୁ ପହଞ୍ଚିବା କଷ୍ଟକର ସେଠାରେ କରାଯିବ ।

ଏଥିସହ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସ୍ପ୍ରେର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ବ୍ରିଟେନର କମ୍ପାନୀ ମେସର୍ସ ମାଇକ୍ରୋନ ଠାରୁ 60 ଅତିରିକ୍ତ ସ୍ପ୍ରେର ମଗାଇବାକୁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ 47 ଟି ସ୍ପ୍ରେର ବ୍ୟବହାର କରାଯାଉଛି ।

ବର୍ତ୍ତମାନ ରାଜସ୍ଥାନର 21 ଟି ଜିଲ୍ଲା, ମଧ୍ୟପ୍ରଦେଶରେ 18 ଟି, ଗୁଜୁରାଟର 2 ଟି ଏବଂ ପଞ୍ଜାବରେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଅଭିଯାନ ଚାଲିଛି। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ପ୍ରସ୍ତୁତ କରାଯାଉଛି । ଯାହା ଦ୍ବାରା କୀଟନାଶକ ଅଭାବ ରହିବ ନାହିଁ। ଯେଉଁଥିରେ 53000 ଲିଟର ମ୍ୟାଲେଥିୟାନ୍ ସାମିଲ ଅଛି ।

ସବୁଠାରୁ ଖରାପ ଅବସ୍ଥା ରାଜସ୍ଥାନର ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ପ୍ରେ ଲାଗିଥିବା 800 ଟ୍ରାକ୍ଟର ଏବଂ କୀଟନାଶକ କିଣିବା ପାଇଁ ରାଜ୍ୟକୁ ପ୍ରାୟ 18 କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଏପଟେ ସରକାର ପଙ୍ଗପାଳ ପ୍ରଭାବିତ ଅଞ୍ଚଳ ପାଇଁ 200 ପଙ୍ଗପାଳ ସର୍କଲ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଯେଉଁମାନେ ସ୍ଥାନୀୟ ପ୍ରଶାସନ ସହ ମିଶି ପଙ୍ଗପାଳ ଆକ୍ରମଣ ହୋଇଥିବା ସମସ୍ତ ଅଞ୍ଚଳର ତଦାରଖ କରିବେ।

ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବର 303ଟି ସ୍ଥାନରେ 47308 ହେକ୍ଟର ଜମିରେ ପଙ୍ଗପାଳ ନିୟନ୍ତ୍ରଣ କାମ ଶେଷ ହୋଇଛି। ଏଥିପାଇଁ 89ଟି ଅଗ୍ନିଶମ ବାହିନୀ ଗାଡି ବ୍ୟବହାର କରାଯାଇଛି।

ABOUT THE AUTHOR

...view details