ଓଡିଶା

odisha

ଡୁଡଲ୍‌ କରି ଗୁରୁ ଦିବସ ପାଳୁଛି ଗୁଗୁଲ୍‌

By

Published : Sep 5, 2019, 10:50 AM IST

ଆଜି ଗୁରୁଦିବସ । ଏହି ଅବସରରେ ଗୁଗୁଲ ପାଳିଛି ଗୁରୁଦିବସ । କଳାପଟା ସାମନାରେ ଏକ ନାଲି ରଙ୍ଗର ଅକ୍ଟୋପସକୁ ଶିକ୍ଷକ ଏବଂ ମାଛକୁ ଛାତ୍ରଛାତ୍ରୀଙ୍କ ରୂପ ଦେଇ ଗୁଗୁଲ ଏକ ଡୁଡୁଲ ପ୍ରସ୍ତୁତ କରିଛି ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ, ଗୁଗଲ

ନୂଆଦିଲ୍ଲୀ: ଆଜି ଗୁରୁଦିବସ । ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କର ଦିନଟିଏ । ଏହି ଅବସରରେ ଗୁଗୁଲ ପାଳିଛି ଗୁରୁଦିବସ । କଳାପଟା ସାମନାରେ ଏକ ନାଲି ରଙ୍ଗର ଅକ୍ଟୋପସ୍ ଛିଡା ହୋଇଥିବାର ଏକ ଡୁଡୁଲ ପ୍ରସ୍ତୁତ କରିଛି ଗୁଗୁଲ୍‌ । ଏହି ଡୁଡଲରେ ଅକ୍ଟୋପସକୁ ଜଣେ ଶିକ୍ଷକର ରୂପ ଦେଇଛି ଡୁଡଲ୍‌ ।

ଅକ୍ଟୋପସଟି ଗୋଟିଏ ଶ୍ରେଣୀ ଗୃହରେ ଅନେକ କାର୍ଯ୍ୟ କରୁଥିବାର ଦୃଶ୍ୟରେ ଦେଖିବାକୁ ମିଳୁଛି । ହସ ହସ ମୁହଁରେ କଷ୍ଟକର ଗଣିତର ସମାଧାନ କରିବା, ରସାୟନ ବିଜ୍ଞାନର ସମସ୍ୟାକୁ ପଢାଇବା, ନୀରିକ୍ଷଣ ଭାବେ ଖାତାଗୁଡିକୁ ପଢିବା, ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାକୁ ଦେଖିବା ସହ ଗୀତ ପାଇଁ ସଠିକ୍‌ ଭାବେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବାର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି । ଡୁଡଲ ଅକ୍ଟୋପସକୁ ଶିକ୍ଷକର ରୂପ ଦେଇଥିବାବେଳେ ମାଛ ଗୁଡିକୁ ଛାତ୍ରଛାତ୍ରୀଙ୍କ ରୂପ ଦେଇଛି ।

ପ୍ରତିବର୍ଷ ସାରା ଦେଶ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ଗୁରୁଦିବସ ଭାବେ ପାଳନ କରି ଆସୁଛି । 1888 ସେପ୍ଟେମ୍ବର 5 ତାରିଖରେ ଭାରତର ଏହି ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ଏବଂ କୂଟନୀତିଜ୍ଞ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲରେ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା । 1911ରେ ମାଡ୍ରାସ ଖ୍ରୀଷ୍ଟିଆନ ମହାବିଦ୍ୟାଳୟରେ ନିଜ ପଢା ସାରିବା ପରେ ଦର୍ଶନ ଶାସ୍ତ୍ରରେ ପ୍ରଥମେ ସହକାରୀ ଶିକ୍ଷକ ଏବଂ ପରେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଦର୍ଶନ ଶାସ୍ତ୍ରରେ ଅଧ୍ୟାପକ ଭାବେ ନିଯୁକ୍ତି ହୋଇଥିଲେ । ଏହା ପରେ ସେ କୋଲକାତା ବିଶ୍ବବିଦ୍ୟାଳୟ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ, ଚିକାଗୋ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।

ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କ ଅବଦାନକୁ ମନେ ରଖିବା ପାଇଁ ସେପ୍ଟେମ୍ବର 5, 1962 ମସିହାରୁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଉଛି । ସମସ୍ତ ରାଧାକ୍ରିଷ୍ଣନଙ୍କୁ ମନେପକାଇ ନିଜ ନିଜ ଗୁରୁଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ପୂଜାରେ କରୁଛନ୍ତି ।

ABOUT THE AUTHOR

...view details