ଓଡିଶା

odisha

ETV Bharat / bharat

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ - ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଘାଟିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଏହାର କଡ଼ା ଜବାବ ଦେଇଛି ଭାରତ । ମାତ୍ର ପାକ୍‌ର ଏଭଳି ହରକତ କାରଣରୁ ସୀମାରେ ଥିବା ସ୍କୁଲ ଗୁଡ଼ିକ ସ୍ବାଭାବିକ ହୋଇପାରୁନାହିଁ । ଫଳରେ ପିଲାମାନଙ୍କ ଶିକ୍ଷାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Sep 27, 2019, 7:15 PM IST

ଶ୍ରୀନଗର: ଘାଟିରେ ପୁଣି ଥରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଘନ ଘନ ଗୁଳି ଓ ମୋର୍ଟାର ମାଡ଼ କରିଛି ପାକିସ୍ତାନ । ଏହାର କଡ଼ା ଜବାବ ଦେଇଛି ଭାରତ । ସକାଳ ପ୍ରାୟ 8ଟା ସମୟରେ ଘନଘନ ଗୁଳିମାଡ଼ କରିଥିଲା ପାକିସ୍ତାନ । ପ୍ରତିଜବାବରେ ଭାରତ ମଧ୍ୟ ଗୁଳିବର୍ଷଣ କରିଥିଲା । ପାକିସ୍ତାନ ପଟୁ କିଛି ସମୟ ଗୁଳି ମାଡ଼ ବନ୍ଦ ହୋଇଥିଲା । ମାତ୍ର ପୁନର୍ବାର ଆଜି ଗୁଳିମାଡ କରାଯାଇଥିଲା । ବାରମ୍ବାର ପାକିସ୍ତାନ ଏଭଳି ହରକତ କାରଣରୁ ସୀମାରେ ଜନଜୀବନ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ନିୟନ୍ତ୍ରଣ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ସକାଳ ପ୍ରାୟ 8ଟା ସମୟରେ ଗୁଳିମାଡ଼ କରିଥିଲା ପାକିସ୍ତାନ । ଫଳରେ କିଛି ସମୟପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିକଟସ୍ଥ ପୁଞ୍ଚ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକ ବନ୍ଦ ହୋଇଯାଇଥିଲା ।

ସେପଟେ ପାକିସ୍ତାନର ଏହି ଗୁଳିମାଡ଼କୁ ନିନ୍ଦା କରିଛନ୍ତି ଜଣେ ସ୍କୁଲ ଶିକ୍ଷକ । ପୁଞ୍ଚ ସୀମାରେ ଥିବା ଏକ ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ଯେ, ସକାଳ 8ଟାରୁ ଏହି ଗୁଳିମାଡ଼ କରାଯାଉଛି । ଏହି ଖବର ଜଣାପଡ଼ିବା ପରେ ସ୍କୁଲକୁ ଛୁଟି କରିଦିଆଯାଇଥିଲା । ତେବେ ପ୍ରାୟ 3 ରୁ 4 ଘଣ୍ଟା ପରେ ସ୍କୁଲ ଖୋଲାଯାଇଥିଲା ବୋଲି ସେ କହିଥିଲେ ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କି ସୀମାରେ ଏଭଳି ଅଶାନ୍ତ ପରିସ୍ଥିତି କାରଣରୁ ବିଦ୍ୟାଳୟ ଚଲାଇବା ସମ୍ଭବପର ହୋଇପାରୁନାହିଁ । ଅଧିକାଂଶ ସମୟରେ ପାକିସ୍ତାନ ପଟରୁ ବାରମ୍ବାର ଗୁଳି ବର୍ଷଣ କରାଯାଉଛି । ବିଗତ 10 ଦିନ ମଧ୍ୟରେ ନିୟମିତ ଭାବେ ସ୍କୁଲକୁ ଖୋଲାଯାଇ ପାରୁନାହିଁ ବୋଲି ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ।

ସେହିପରି ଆଉଜଣେ ଅଧ୍ୟାପକ କହିଛନ୍ତି ଯେ, ଏଠାକାର ସାଧାରଣ ଜନତାଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି । ଉଭୟ ପକ୍ଷରୁ ବାରମ୍ବାର ଗୁଳିମାଡ଼ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଚାଷବାସ କାମ ମଧ୍ୟ ଠିକ ଭାବରେ ହୋଇପାରୁନାହିଁ । ଚାଷୀମାନେ ଜମିକୁ ଆସିବାକୁ ଡରୁଛନ୍ତି । କେତେବେଳେ କାହାର ଜୀବନ ଚାଲିଯିବ ସେ ନେଇ କୌଣସି ଠିକଣା ରହୁନାହିଁ ବୋଲି ଉକ୍ତ ଅଧ୍ୟାପକ ଜଣକ କହିଛନ୍ତି ।

ABOUT THE AUTHOR

...view details