ଓଡିଶା

odisha

By

Published : Mar 7, 2020, 5:15 PM IST

ETV Bharat / bharat

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶନିବାର ଅପରାହ୍ନ 1ଟା 30 ମିନିଟ ସମୟରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ମନକୋଟ ନିୟନ୍ତ୍ରଣ ରେଖା ନିକଟରେ ଆଖିବୁଜା ଗୁଳି ବର୍ଷଣ କରିଛନ୍ତି ପାକିସ୍ତାନୀ ସୈନିକ । ଅଧିକ ପଢନ୍ତୁ...

ceasefire violation
ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର: ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଶନିବାର ଅପରାହ୍ନ 1ଟା 30 ମିନିଟ ସମୟରେ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ମନକୋଟ ନିୟନ୍ତ୍ରଣ ରେଖା ନିକଟରେ ଆଖିବୁଜା ଗୁଳି ବର୍ଷଣ କରିଛନ୍ତି ପାକିସ୍ତାନୀ ସୈନିକ । ଏହା ସହିତ ଭାରତୀୟ ଚେକପୋଷ୍ଟ ଏବଂ ସୀମାନ୍ତ ଗ୍ରାମକୁ ଲକ୍ଷ୍ୟ କରି ଗୁଳିଗୋଳା ଓ ମୋର୍ଟାର ମାଡ କରିଥିଲେ ।

ଅନ୍ୟପକ୍ଷରେ ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି । ଦୀର୍ଘ ସମୟ ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା । ତେବେ ପାକିସ୍ତାନର ଗୁଳିଗୋଳା ବର୍ଷଣରେ ଭାରତର କୌଣସି କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ ।

@PTI

ABOUT THE AUTHOR

...view details