ଓଡିଶା

odisha

ଅସ୍ତ୍ରବିରତି ଉଲଂଘନରେ ୪ ନାଗରିକ ଆହତ, 3 ଆତଙ୍କବାଦୀ ନିହତ

By

Published : Jul 31, 2019, 11:07 AM IST

ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରୁଛି ପାକିସ୍ତାନ। ଏହାର ଦୃଢ ଜବାବ ଦେଇଛି ଭାରତୀୟ ସେନା । ପାଲଟା ଆକ୍ରମଣ କରି ଭାରତୀୟ ସେନା ଜମ୍ମୁ-କଶ୍ମୀରର (ଏଲଓସି) ଗୁରଜେ ସେକ୍ଟରରେ ତିନି ଆତଙ୍କବାଦୀଙ୍କୁ ନିପାତ କରିଛି । ଏହାସହ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଯୋଗୁଁ  ଟଙ୍ଗଧର ସେକ୍ଟରରେ ୪ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ଫାଇଲ ଫଟୋ

ଶ୍ରୀନଗର: ପୁଣି ଥରେ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ପାକିସ୍ତାନ ସେନା ପକ୍ଷରୁ ଗତ ଦୁଇ ଦିନ ହେଲା ସୀମାରେ ଘନଘନ ଗୁଳି ମାଡ ଜାରି ରହିଛି। ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରୁଛି ପାକିସ୍ତାନ । ଏହାର ଦୃଢ ଜବାବ ଦେଇଛି ଭାରତୀୟ ସେନା । ପାଲଟା ଆକ୍ରମଣ କରି ଭାରତୀୟ ସେନା ଜମ୍ମୁ-କଶ୍ମୀରର (ଏଲଓସି) ଗୁରଜେ ସେକ୍ଟରରେ ତିନି ଆତଙ୍କବାଦୀ ନିହତ କରିଛନ୍ତି।

ଏହାସହ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଯୋଗୁଁ ଟଙ୍ଗଧର ସେକ୍ଟରରେ ୪ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ସୂତ୍ରୁରୁ ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ସୂଚନା ଦିଆଯାଇଛି । ସମଗ୍ର ଅଞ୍ଚଳରେ ଅପରେସନ ଜାରି ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ରାତ୍ରୀରେ କିଛି ଆତଙ୍କବାଦୀ ଜମ୍ମୁ-କଶ୍ମୀରର ନୈସେରା ଇଲାକାରେ ନିୟନ୍ତ୍ରଣ ରେଖା ପାଖରେ ସନ୍ଦିଗ୍ଧ ଅବସ୍ଥାରେ କିଛି ଲୋକ ବିଚରଣ କରୁଥିବା ଖବର ସେନାକୁ ମିଳିଥିଲା । ସେମାନେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବା ପ୍ରୟାସ ସମୟରେ ସେନା ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ମଙ୍ଗଳବାର ଦୁଇ ଓ ବୁଧବାର ଦିନ ଜଣେ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି ।

ABOUT THE AUTHOR

...view details