ଓଡିଶା

odisha

ETV Bharat / bharat

ଭାରତ-ତିବ୍ଦତୀୟ ସୀମା ପରିଦର୍ଶନ କଲେ ସିଡିଏସ ଜେନେରାଲ - ସୀମା ପରିଦର୍ଶନରେ ସିଡିଏସ ମୁଖ୍ୟ

ସିଡିଏସ ଜେନେରାଲ ବିପିନ ରାୱତ ଅରୁଣାଚଳ ପ୍ରଦେଶରେ ଥିବା ଭାରତ-ତିବ୍ଦତୀୟ ସୀମା ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

CDS Rawat visits forward areas at Arunachal's Subansiri valley
ଭାରତ-ତିବ୍ଦତୀୟ ସୀମା ପରିଦର୍ଶନ କଲେ ସିଡିଏସ ମୁଖ୍ୟ ଜେନେରାଲ ବିପିନ

By

Published : Jan 3, 2021, 7:00 PM IST

ଇଟ୍ଟାନଗର: ସିଡିଏସ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଭାବରେ ଏକ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଅରୁଣାଚଳ ପ୍ରଦେଶର ଅପରେସନାଲ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତର ଦ୍ୱିତୀୟ ଦିନରେ ରାଜ୍ୟର ସୁବାନସିରି ଉପତ୍ୟକାରେ ନିୟୋଜିତ ଥିବା ସେନା ଏବଂ ଭାରତ-ତିବ୍ଦତୀୟ ସୀମାର ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ।

ସେହି ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅଭିନବ ଉପାୟରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି କରୁଥିବା ସୁରକ୍ଷା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ହେବାକୁ ଥିବା ଯେକୌଣସି ଆକ୍ରମଣ ପାଇଁ ସୈନ୍ୟମାନେ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ସେହି ସୀମାରେ ନିୟୋଜିତ ଥିବା ସମସ୍ତ ପଦବୀର ସୈନ୍ୟଙ୍କ ଉଚ୍ଚ ମନୋବଳ ଏବଂ ପ୍ରେରଣା ଦ୍ୱାରା ସେ ସନ୍ତୁଷ୍ଟ ଏବଂ ଯଦି ସୈନ୍ୟଙ୍କୁ କୌଣସି ସୁଯୋଗ ଦିଆଯାଏ, ସେମାନେ ସେଥିରେ ନିଶ୍ଚିତ ବିଜୟ ହେବେ ବୋଲି ଜେନେରାଲ ବିପିନ ନିଜ ପରିଦର୍ଶନ ସମୟରେ କହିଛନ୍ତି ।

ଏହି ଗସ୍ତରେ ସେଠାରେ ନିୟୋଜିତ ଥିବା ଅନ୍ୟ ଆର୍ମି, ଆଇଟିବିପି ଓ ସୁରକ୍ଷାକର୍ମୀଙ୍କୁ ଭେଟିଛନ୍ତି । ଭାରତୀୟ ଯବାନଙ୍କ ସହିତ ଲଢିବାକୁ ଆସିଥିବା ଶତ୍ରୁପକ୍ଷ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯିବେ ବୋଲି ସିଡିଏସ ମୁଖ୍ୟ ବିପିନ ଯବାନଙ୍କ ମନୋବଳ ଦେଖି ସାରିବା ପରେ କହିଥିଲେ । ତେବେ ରବିବାର ସେ ନୂଆଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details