ଓଡିଶା

odisha

ETV Bharat / bharat

ଅଧିକ ଅର୍ଥ ଆବଶ୍ୟକ ପଡିଲେ ସରକାରଙ୍କୁ କହିବୁ: ସିଡିଏସ - ଚିଫ ଅଫ ଡିଫେନ୍ସ ଷ୍ଟାଫ

କେନ୍ଦ୍ର ଅର୍ଥମନ୍ତ୍ରୀ ସିତାରମଣ ସାଧାରଣ ବଜେଟ ଆଗତ କରିବା ପରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଥିବା ଅର୍ଥ ନେଇ ଆଲୋଚନା ଜୋର ଧରିଛି । ତେବେ ଏହାକୁ ନେଇ ଜାଣନ୍ତୁ କଣ କହିଲେ ଦେଶର ପ୍ରଥମ ସିଡିଏସ ?

CDS General Bipin
CDS General Bipin

By

Published : Feb 2, 2020, 5:46 PM IST

ନୂଆଦିଲ୍ଲୀ: ଶନିବାର ଲୋକସଭାରେ ଆଗତ ହୋଇଛି 2020-21ଆର୍ଥିକ ବର୍ଷର ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ 30,42 ଲକ୍ଷ କୋଟିର ବଜେଟ ଆଗତ କରିଛନ୍ତି । ଦେଶର ସବୁ ସେକ୍ଟରକୁ ଆଖିରେ ରଖି ନିର୍ମାଳା ଏକ ସନ୍ତୁଳନ ବଜେଟ ଆଣିଥିବା କୁହାଯାଉଛି ।


ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ 3. 37 ଲକ୍ଷ କୋଟି ମିଳିଛି । ତେବେ ପ୍ରତିରକ୍ଷା ବେଜେଟକୁ ନେଇ ବିରୋଧୀ ସମାଲୋଚନା କରୁଥିବା ଅନ୍ୟମାନେ ବଜେଟକୁ ସ୍ବାଗତ କରୁଛନ୍ତି । ବଜେଟକୁ ନେଇ ରବିବାର ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ମୁହଁ ଖୋଲିଛନ୍ତି । ଜେନେରାଲ ରାୱତ କହିଛନ୍ତି ବଜେଟରେ ଆମକୁ ଯାହା ମିଳିଛି ତାକୁ ଆମେ ଆମର ପ୍ରାଥମିକ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବୁ । ଏହା ବ୍ୟତିତ ଯଦି ଆମର ଆହୁରି ଅର୍ଥର ଆବଶ୍ୟକ ପଡେ ଆମେ ସରକାରଙ୍କ ପାଖରେ ଦାବି କରିବୁ । ଏହାସହ ଜେନେରାଲ ରାୱତ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ।

ABOUT THE AUTHOR

...view details