ଓଡିଶା

odisha

ETV Bharat / bharat

'ସୀମାରେ କୌଣସି ବିପଦର ସାମ୍ନା କରିବାକୁ ପ୍ରସ୍ତୁତ ଭାରତୀୟ ସେନା' - cds-general-bipin-rawat-on india china face off

ବର୍ତ୍ତମାନର ପରିସ୍ଥିତି ତଥା ଆଗାମୀ ଆହ୍ବାନର ମୁକାବିଲା ପାଇଁ ଆମକୁ ପୂର୍ବରୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ରାୱତ କହିଛନ୍ତି।

'ସୀମାରେ ଯେକୌଣସି ବିପଦର ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଭାରତୀୟ ସେନା'
'ସୀମାରେ ଯେକୌଣସି ବିପଦର ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଭାରତୀୟ ସେନା'

By

Published : Sep 3, 2020, 10:26 PM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜାରି ସୀମା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ସିଡିଏସ ଜେନେରାଲ୍ ବିପିନ ରାୱତ । ବର୍ତ୍ତମାନର ପରିସ୍ଥିତି ତଥା ଆଗାମୀ ଆହ୍ବାନର ମୁକାବିଲା ପାଇଁ ଆମକୁ ପୂର୍ବରୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ରାୱତ କହିଛନ୍ତି।

ଭାରତ-ଚୀନ ସୀମା ବିବାଦକୁ ନେଇ ସିଡିଏସ ରାୱତ କହିଛନ୍ତି ଯେ, ଭାରତୀୟ ସଶସ୍ତ୍ର ବାହିନୀକୁ ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାକୁ ହେବ । ଏଥିସହ ଆଗାମୀ ସମୟର ଆହ୍ବାନକୁ ପୂରଣ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଉତ୍ତର ଏବଂ ପଶ୍ଚିମ ଦିଗରେ ସମନ୍ବିତ କାର୍ଯ୍ୟାନୁଷ୍ଠାନକୁ ନେଇ ଭାରତ ବିପଦରେ ଅଛି । ପ୍ରତିରକ୍ଷା ଯୋଜନାରେ ଏହାକୁ ବିଚାର କରିବାକୁ ପଡ଼ିବ । ଉତ୍ତର ଏବଂ ପଶ୍ଚିମ ସୀମାରେ ସୃଷ୍ଟି ହେଉଥିବା ବିପଦର ମୁକାବିଲା ପାଇଁ ଆମେ ଏକ ଆଦର୍ଶଗତ ରଣନୀତି ପ୍ରସ୍ତୁତ କରିଛୁ ବୋଲି ରାୱତ କହିଛନ୍ତି ।

ପଡୋଶୀ ଦେଶ ପାକିସ୍ତାନ ଏବଂ ଚୀନକୁ ଟାର୍ଗେଟ କରି ରାୱତ କହିଛନ୍ତି, ପାକ୍‌ ଅଧିକୃତ କାଶ୍ମୀର(ପିଓକେ)କୁ ଚୀନ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିସହ ସେ ଭାରତ ବିରୋଧରେ ପାକିସ୍ତାନକୁ କ୍ରମାଗତ ଭାବରେ ସାମରିକ ଏବଂ କୂଟନୈତିକ ସହଯୋଗ ଯୋଗାଉଛି । ଏଥିପାଇଁ ଆମକୁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି କରିବାକୁ ପଡିବ ବୋଲି ରାୱତ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆମେ ଆମର ସୀମାରେ ଶାନ୍ତି ଚାହୁଁଛୁ। ଆମେ କିଛି ସମୟରୁ ଚୀନ ଦ୍ବାରା କିଛି ଆକ୍ରମଣାତ୍ମକ କାର୍ଯ୍ୟକଳାପ ଲକ୍ଷ୍ୟ କରୁଛୁ । ଆମେ ସେମାନଙ୍କ ସହ ମୁକାବିଲା କରିବାକୁ ସକ୍ଷମ ବୋଲି ରାୱତ କହିଛନ୍ତି। ଆମର ତିନିସେନା ସୀମାରେ ସୃଷ୍ଟି ହେଉଥିବା ସମସ୍ତ ବିପଦର ମୁକାବିଲା କରିବାରେ ସକ୍ଷମ ବୋଲି ସେ କହିଛନ୍ତି ।

ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକ୍‌କୁ ଚେତାବନୀ ଦେଇ ରାୱତ କହିଛନ୍ତି, ଜମ୍ମୁ କାଶ୍ମୀରରେ ସମସ୍ୟା ସୃଷ୍ଟି କରିବା ପାଇଁ ପାକିସ୍ତାନ ଛାୟା ଯୁଦ୍ଧ ଆରମ୍ଭ କରୁଛି । ଉତ୍ତର ସୀମାରେ ଦେଖାଦେଉଥିବା ବିପଦର ସୁଯୋଗ ନେଇ ସେ ଆମ ବିରୋଧରେ ଷଡଯନ୍ତ୍ର କରୁଛି। ତେବେ ଯେକୌଣସି ଦେଶ ଭାରତ ବିରୁଦ୍ଧରେ ଯିବାକୁ ଦୁଃସାହସ କରନ୍ତି, ତେବେ ତାଙ୍କୁ ବହୁତ କ୍ଷତି ହେବ। ଆମେ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସିଡିଏସ ରାୱତ କହିଛନ୍ତି ।

ABOUT THE AUTHOR

...view details