ଓଡିଶା

odisha

ETV Bharat / bharat

ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣର ସିସିଟିଭି ଫୁଟେଜ ଜାରି - ଗ୍ରେନେଡ ଆକ୍ରମଣର ସିସିଟିଭି ଫୁଟେଜ ଜାରି

ଶ୍ରୀନଗରେ ଆତଙ୍କୀଙ୍କ ଗ୍ରେନେଡ ମାଡର ସିସିଟିଭି ଫୁଟେଜ ଜାରି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 4, 2019, 7:02 PM IST

ଶ୍ରୀନଗର: ସୋମବାର ଶ୍ରୀନଗରରେ ହରି ସିଂହ ରାସ୍ତାରେ ଆତଙ୍କୀ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପ୍ରବାସୀ କାଶ୍ମୀରଙ୍କ ମୃତ୍ୟୁ ହୋଇଥିବା ବେଳେ 15 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଗ୍ରେନେଡ ଆକ୍ରମଣର ସିସିଟିଭି ଫୁଟେଜରେ ଜାରି ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜନଗହଳି ପୂର୍ଣ୍ଣ ଛକରେ କିଭଳି ଭାବରେ ଆତଙ୍କବାଦୀ ଗ୍ରେନେଡ ଆକ୍ରମଣ କରିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ


ଏଥିରେ ଗ୍ରେନେଡ ଫିଙ୍ଗିବା ପର ଠାରୁ ଆହତ ଲୋକଙ୍କ ଚିତ୍ର ଓ ପ୍ରାଣ ବିକଳରେ ଧାଁ ଦୌଡର ଦୃଶ୍ୟ ଦେଖିବାକୁ ମିଳିଛି। ଏବେ ପୁଲିସ ଏବଂ ସୁରକ୍ଷାକର୍ମୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘାଟିରେ ଗତ 15 ଦିନ ଭିତରେ ଗ୍ରେନେଡ ଆକ୍ରମଣର ଏହା ଦ୍ବିତୀୟ ଘଟଣା। ଯେଉଁଥିରେ ଆତଙ୍କବାଦୀ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି।

ABOUT THE AUTHOR

...view details