ଓଡିଶା

odisha

ETV Bharat / bharat

ନବମରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ସିଲାବସରେ 30 ପ୍ରତିଶତ କମାଇଲା ସିବିଏସଇ - ramesh pokhriyal

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) କୋଭିଡ-19 ଲକଡାଉନ୍ ସମୟରେ ଏକାଡେମିକ୍ କ୍ଷତିପୂରଣ କରିବା ଉଦ୍ଦେଶ୍ୟରେ ନବମ ରୁ ଦ୍ବାଦଶ ଶ୍ରେଣୀର ସିଲାବସକୁ 30 ପ୍ରତିଶତ ହ୍ରାସ କରିଛି ।

 ରମେଶ ପୋଖରିଆଲ୍
ରମେଶ ପୋଖରିଆଲ୍

By

Published : Jul 8, 2020, 3:33 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସଇ) କୋଭିଡ-19 ଲକଡାଉନ୍ ସମୟରେ ଏକାଡେମିକ୍ କ୍ଷତିପୂରଣ କରିବା ଉଦ୍ଦେଶ୍ୟରେ ନବମରୁ ଦ୍ବାଦଶ ଶ୍ରେଣୀର ସିଲାବସକୁ 30 ପ୍ରତିଶତ ହ୍ରାସ କରିଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏକ ଟ୍ବିଟ୍ ମାଧ୍ୟମରେ କହିଛନ୍ତି ଯେ ଶିକ୍ଷାରେ ସଫଳତାର ଗୁରୁତ୍ବକୁ ବିଚାରରେ ରଖି ସିଲାବସକୁ ଯୁକ୍ତିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେ କହିଛନ୍ତି ଯେ ଦେଶ ତଥା ବିଶ୍ବରେ ଚାଲିଥିବା ମହାମାରୀ ପରିସ୍ଥିତିକୁ ଦେଖି ସିବିଏସଇକୁ ପାଠ୍ୟକ୍ରମର ପୁନଃବିଚାର ଓ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଭାର ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷେ ସିବିଏସଇ ସିଲାବସ୍ ହ୍ରାସ ତଥା ପରିବର୍ତ୍ତନ ବିଷୟରେ ଅଧିକ ବିବରଣୀ ସହିତ ଜୁଲାଇ 7 ତାରିଖ ଦିନ ଏକ ନୂତନ ବିଜ୍ଞପ୍ତି ଜାରି କରିଛି । ଏଥିରେ ଦର୍ଶାଯାଇଛି ଯେ କୋଭିଡ-19 ମହାମାରୀ ହେତୁ ଶ୍ରେଣୀଗୃହର ଶିକ୍ଷାଦାନ ଦିଆଯାଇପାରୁ ନାହିଂ ତେଣୁ ଏହାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ସିବିଏସଇ । ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ହ୍ରାସ କରାଯାଇଥିବା ବିଷୟଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବେ ।

ସିଲାବସ୍ ହ୍ରାସ କରିବା ପାଇଁ NCERTକୁ ସୂଚନା ଦିଆଯାଇଛି । କେଉଁ ପାଠ୍ୟକ୍ରମ ରହିବ ଓ କେଉଁଟି ନୁହେଁ ସେ ନେଇ ମଧ୍ୟ NCERT ସୁନିଶ୍ଚିତ କରିବ । ପ୍ରକାଶଥାଉରକି, ଏପ୍ରିଲ ମଧ୍ୟ ସିବିଏସଇ ସିଲାବସରେ ପରିବର୍ତ୍ତନ କରାଯାଇଥିଲା କିନ୍ତୁ ଏଥରି କିଛି ବଡ ପରିବର୍ତ୍ତନ କରାଯିବ ।

ABOUT THE AUTHOR

...view details