ଓଡିଶା

odisha

ETV Bharat / bharat

ବିନା ପରୀକ୍ଷାରେ ଦ୍ବାଦଶ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇପାରେ ସିବିଏସଇ ବୋର୍ଡ - CBSE board

ମହାମାରୀ କୋରୋନା ପାଇଁ ଦୀର୍ଘ 3 ମାସ ଧରି ଦେଶ ଲକଡାଉନ ସ୍ଥିତିରେ । ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ସିବିଏସ୍ଇ ବୋର୍ଡର ଆଗାମୀ ପରୀକ୍ଷା ଜୁଲାଇ 1 ରୁ 15 ଭିତରେ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ବିଷୟଗୁଡ଼ିକ ପାଇଁ ପରୀକ୍ଷା ବାତିଲ କରିବାକୁ ଚିନ୍ତା କରୁଛି। ଅଧିକ ପଢନ୍ତୁ...

ବିନା ପରୀକ୍ଷାରେ ଦ୍ବାଦଶ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇପାରେ ବୋର୍ଡ : CBSE
ବିନା ପରୀକ୍ଷାରେ ଦ୍ବାଦଶ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇପାରେ ବୋର୍ଡ : CBSE

By

Published : Jun 21, 2020, 7:16 PM IST

ନୂଆଦିଲ୍ଲୀ: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । ଏନେଇ ଦୀର୍ଘ 3 ମାସ ଧରି ଦେଶ ଲକଡାଉନ ସ୍ଥିତିରେ । ସ୍କୁଲ କଲେଜ ସବୁ ବନ୍ଦ ଥିବା ବେଳେ ସିବିଏସ୍ଇ ବୋର୍ଡର ଆଗାମୀ ପରୀକ୍ଷା ଜୁଲାଇ 1 ରୁ 15 ଭିତରେ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ବିଷୟଗୁଡ଼ିକ ପାଇଁ ପରୀକ୍ଷା ବାତିଲ କରିବାକୁ ଚିନ୍ତା କରୁଛି।

କୋରୋନା ଦ୍ରୁତ ଗତିରେ ବଢୁଥିବା ଦେଖି ବୋର୍ଡ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିପାରେ । ଯେତେବେଳେ ଲକଡାଉନ୍ ଆରମ୍ଭ ହେଲା, କୋରୋନା ମାମଲା ଆଜି ତୁଳନାରେ ବହୁତ କମ୍ ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଭୟାନକ। ଏହି କାରଣରୁ ଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢିବାରେ ଲାଗିଛି। ପରୀକ୍ଷା ବାତିଲ ସମ୍ପର୍କରେ କେତେକ ଅଭିଭାବକ ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ଏହି ସମୟରେ ଛାତ୍ରମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ବିହାର, ତେଲେଙ୍ଗାନା, ଛତିଶଗଡ, ଉତ୍ତରପ୍ରଦେଶ, କେରଳ, ଝାଡଖଣ୍ଡ, ତାମିଲନାଡୁ, କର୍ଣ୍ଣାଟକ ଆଦି ସେମାନଙ୍କର ଦ୍ୱାଦଶ ପରୀକ୍ଷା କରିସାରିଛନ୍ତି। କିନ୍ତୁ ସିବିଏସ୍ଇ ବୋର୍ଡର ଛାତ୍ରମାନଙ୍କ କଲେଜ ଆଡମିଶନ ପାଇଁ ବହୁତ ବିଳମ୍ବ ହୋଇପାରେ। ତେଣୁ ଏନେଇ ବୋର୍ଡ ଏହା ଉପରେ ବିଚାର କରୁଛି ।

ABOUT THE AUTHOR

...view details