ଓଡିଶା

odisha

ETV Bharat / bharat

ଜୁଲାଇ 1 ରୁ 15 ଯାଏଁ ହେବ ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା

ଜୁଲାଇ 1ରୁ 15 ଯାଏଁ ହେବ ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ଏନେଇ ସୋମବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ତାରିଖ ସିଟ୍ ପ୍ରକାଶ କରିଛନ୍ତି ।

cbse exam
ଜୁଲାଇ 1ରୁ 15 ଯାଏଁ ହେବ ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା

By

Published : May 18, 2020, 2:32 PM IST

ନୂଆଦିଲ୍ଲୀ: ଜୁଲାଇ 1ରୁ 15 ଯାଏଁ ହେବ ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ଏନେଇ ସୋମବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ତାରିଖ ସିଟ୍ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଲକଡାଉନ କାରଣରୁ ସିବିଏସଇ ବୋର୍ଡ ମାର୍ଚ୍ଚ ମାସରେ ପ୍ରକାଶିତ ପରୀକ୍ଷାକୁ ସ୍ଥଗିତ କରିଥିଲେ । ଏହାପରେ ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ ବୋଲି ଘୋଷଣା କରିଥିଲେ। କିନ୍ତୁ ଦ୍ୱାଦଶ ବୋର୍ଡର ଅବଶିଷ୍ଟ ପରୀକ୍ଷା ମଧ୍ୟରୁ 29 ଟି ମୁଖ୍ୟ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ।

ଏହି ମୁଖ୍ୟ ବିଷୟଗୁଡ଼ିକ ହେଉଛି ସେହି ବିଷୟ ଯାହାଦ୍ବାରା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସ୍ତରରେ ଆଡମିଶନ ମିଳିବ | ଅନେକ ବିଶ୍ୱବିଦ୍ୟାଳୟ ମେରିଟ୍ ଆଧାରରେ ଆଡମିଶନ କରିବେ । ଯେଉଁଠାରେ ଏହି ବିଷୟଗୁଡ଼ିକର ମାର୍କ ବାଧ୍ୟତାମୂଳକ ଅଟେ ।

ପ୍ରକାଶ ଥାଉକି, ଦେଶର କୌଣସି ସ୍ଥାନରେ ଦଶମ ପରୀକ୍ଷା ହେବନାହିଁ ବୋଲି ସିବିଏସ୍ଇ ପୂର୍ବରୁ କହିସାରିଛି। କେବଳ ଉତ୍ତର ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାକି ରହିଥିବା ପରୀକ୍ଷା କରାଯିବ।

ଅନ୍ୟପକ୍ଷରେ ଯେଉଁ ପରୀକ୍ଷାର ଆୟୋଜନ ପୂର୍ବରୁ ହୋଇସାରିଛି ସିବିଏସଇ ସେହି ପରୀକ୍ଷାର ଖାତା ମୂଲ୍ୟାଙ୍କନ ଆରମ୍ଭ କରିସାରିଛି । ଏହି ପ୍ରକ୍ରିୟା ଶେଷ ହେବାକୁ 50 ଦିନ ଲାଗିପାରେ । ଡ. ନିଶଙ୍କ କହିଥିଲେ ଯେ, 29 ଟି ବିଷୟର ପରୀକ୍ଷା ଏପର୍ଯ୍ୟନ୍ତ ହୋଇନାହିଁ । କିନ୍ତୁ ପରୀକ୍ଷା ହୋଇଥିବା 173 ଟି ବିଷୟର 1.5 କୋଟିରୁ ଅଧିକ ଖାତା ରହିଛି । ଯାହାର ମୁଲ୍ୟାଙ୍କନ ନିମନ୍ତେଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳି ସାରିଛି ।

ସିବିଏସଇର 3000 ବିଦ୍ୟାଳୟକୁ ମୂଲ୍ୟାଙ୍କନ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହି 3000 ଖାତାକୁ ମୂଲ୍ୟାଙ୍କନ କେନ୍ଦ୍ର ଶିକ୍ଷକମାନଙ୍କ ଘରକୁ ପଠାଯାଉଛି । ଏହାପରେ ଶିକ୍ଷକମାନେ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ।

କୋରୋନା ଭାଇରସ ବ୍ୟାପିବାକୁ ଦୃଷ୍ଟିରେ ରଖି ସିବିଏସଇ ବୋର୍ଡ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ଏକ ନିୟମ ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି। ଛାତ୍ର ଏବଂ ଶିକ୍ଷକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏଥିସହ ପରୀକ୍ଷା ସମୟରେ କଠୋର ନିୟମ ଗ୍ରହଣ କରାଯିବ। ଛାତ୍ର ଏବଂ ଶିକ୍ଷକମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ କିଟ୍ ସହିତ ପରୀକ୍ଷା କେନ୍ଦ୍ର ପାଇଁ ପ୍ରସ୍ତୁତ କରାଯିବ ।

ABOUT THE AUTHOR

...view details