ନୂଆଦିଲ୍ଲୀ: ଚଳିତବର୍ଷ CBSE ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଆଡମିଟ କାର୍ଡ । ଯେଉଁ ପରୀକ୍ଷାର୍ଥୀ ଚଳିତବର୍ଷ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି, ସେମାନେ ଅଫିସିଆଲ ୱେବସାଇଟ cbse.nic.in ରେ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।
ସିବିଏସଇ ପରୀକ୍ଷା 15 ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଦଶମ ପରୀକ୍ଷା 20 ମାର୍ଚ୍ଚ ଯାଏ ଚାଲିବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା 30 ମାର୍ଚ୍ଚରେ ଶେଷ ହେବ। ସକାଳ 10 ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଆରମ୍ଭରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢିବାକୁ 15 ମିନିଟ ସମୟ ମିଳିବ । ପରୀକ୍ଷାରେ ଉର୍ତ୍ତୀଣ୍ଣ ହେବାକୁ ପରୀକ୍ଷାର୍ଥୀଙ୍କୁ ଥିଓରୀ ଏବଂ ପ୍ରାକ୍ଟିକାଲ ଉଭୟ ପରୀକ୍ଷାରେ ଅଲଗା ଅଲଗା ପାସ ମାର୍କ ରଖିବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟୁନ 33 ପ୍ରତିଶତ ନମ୍ବର ରଖିବାକୁ ପଡିବ ।