ନୂଆଦିଲ୍ଲୀ: ଆଜି(ଶନିବାର)ଠାରୁ ଆରମ୍ଭ ହେଲା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇର 10ମ ଓ ଦ୍ବାଦଶ ପରୀକ୍ଷା । ପ୍ରଥମ ଦିନରେ 10ମ ଶ୍ରେଣୀର ଛାତ୍ରଛାତ୍ରୀ ଆଟୋମୋଟିଭ , ବ୍ୟାଙ୍କିଂ ଆଣ୍ଡ ଇସ୍ର୍ୟୋରେନ୍ସ, ଫୁଡ ପ୍ରଡକ୍ସନ ସମେତ ଧନ୍ଦାମୂଳକ ଶିକ୍ଷା ଆଦି ପରୀକ୍ଷା ଦେଇଛନ୍ତି।
ସେହିଭଳି ବ୍ୟାକିଂ, ରିଟେଲ, ହେଲଥ କେୟାର ଓ ହର୍ଟିକଲଚର ପରୀକ୍ଷା ଦେଉଛନ୍ତି ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଏହି ପରୀକ୍ଷା ସକାଳ 10.30ରୁ ଆରମ୍ଭ ହୋଇ 1.30 ପର୍ଯ୍ୟନ୍ତ ଚାଲିଥିଲା । ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲା ମିଶି ସମୁଦାୟ 30 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି ।