ଓଡିଶା

odisha

ETV Bharat / bharat

ବାତିଲ ହେଲା ସିବିଏସଇ ଓ ଆଇସିଏସସି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା - ସୁପ୍ରିମକୋର୍ଟରେ ଶୁଣାଣି

ସମଗ୍ର ଭାରତର 31 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଆଜି ଶେଷ ହେବ। ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପରିଚାଳନା କରିବାକୁ ବୋର୍ଡର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

 ରଦ୍ଦ ହେଲା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା
ରଦ୍ଦ ହେଲା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

By

Published : Jun 25, 2020, 3:16 PM IST

ନୂଆଦିଲ୍ଲୀ: ସମଗ୍ର ଭାରତର 31 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଆଜି ଶେଷ ହେବ। ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପରିଚାଳନା କରିବାକୁ ବୋର୍ଡର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ଏହି ପରୀକ୍ଷା ପରିଚାଳନା କରିବାରେ ଅସମର୍ଥନ ଦର୍ଶାଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଦଶମ ଓ ଦ୍ବାଦଶର ଜୁଲାଇ 1 ରୁ 15 ଯାଏଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି। ସେହିପରି ଆଇସିଏସସିର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି ସିଲସିଟର ଜେନେରାଲ ।

ପ୍ରକାଶଥାଉକି, ସିବିଏସଇ ବୋର୍ଡର ଅବଶିଷ୍ଟ ପରୀକ୍ଷା ସମ୍ପର୍କରେ କିଛି ଅଭିଭାବକ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ମଙ୍ଗଳବାର ଏହା ଉପରେ କୋର୍ଟରେ ଶୁଣାଣି କରାଯାଇଥିଲା।

ଚଳିତ ବର୍ଷ ସିବିଏସଇ ପାଇଁ ଅବଶିଷ୍ଟ ପରୀକ୍ଷାରେ ଦେଶର 31 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର ଥିଲା। ଅନ୍ୟପକ୍ଷେ ସିବିଏସଇ ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଥିବାବେଳେ ଏହା ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟା ସହିତ ଜେଇଇ ମେନ୍ ଓ ନିଟ୍ 2020 ଭଳି ଜାତୀୟ ପ୍ରବେଶିକା ପରୀକ୍ଷା ଉପରେ ପ୍ରଭାବ ପକାଇବ ।

ପ୍ରକାଶଥାଉକି, କୋରୋନା ଭାଇରସ ମହାମାରୀ କାରଣରୁ ସିବିଏସଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷେ କିଛି ଅଭିଭାବକଙ୍କ ମତରେ ସିବିଏସଇ ଯେତିକି ପରୀକ୍ଷା କରିଛି, ସେହି ପରୀକ୍ଷାର ଫଳାଫଳକୁ ଆକଳନ କରି ରେଜଲ୍ଟ ବାହାର କରାଯାଉ । ଅଭିଭାବକଙ୍କ କହିବାନୁସାରେ, ଛାତ୍ରଛାତ୍ରୀମାନେ ପରୀକ୍ଷାରେ ହାଜର ହେବା ଦ୍ବାରା କୋଭିଡ-19 ସଂକ୍ରମଣ ଅଧିକ ବଢିପାରେ ।

ଏହାପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କକୁ ଚିଠି ଲେଖି କୋଭିଡ-19 ମାମଲା ବଢିବା ସହ ସହରରେ ବହୁ ସଂଖ୍ୟକ କଣ୍ଟେନମେଣ୍ଟ ଜୋନ ଦର୍ଶାଇ ପରୀକ୍ଷାକୁ ବାତିଲ କରିବାକୁ କହିଥିଲେ।

ABOUT THE AUTHOR

...view details