ନୂଆଦିଲ୍ଲୀ: ଅଯୋଧ୍ୟାର ବହୁ ପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରୁରକୀ ଓ ଆଇଆଇଟି ଚେନ୍ନାଇ ନିୟୋଜିତ ହେବେ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ବୈଠକ ପରେ ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରକାଶ କରିଛନ୍ତି ।
ରାମ ମନ୍ଦିର ନିର୍ମାଣରେ ନିୟୋଜିତ ହେବେ ସିବିଆରଆଇ ରୁରକୀ ଓ ଆଇଆଇଟି ଚେନ୍ନାଇ
ଅଯୋଧ୍ୟାର ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରୁରକୀ ଓ ଆଇଆଇଟି ଚେନ୍ନାଇ ନିୟୋଜିତ ହେବେ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ପରେ ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...
ରାମ ମନ୍ଦିର ନିର୍ମାଣରେ ନିୟୋଜିତ ହେବେ ସିବିଆରଆଇ ରୁରକୀ ଓ ଆଇଆଇଟି ଚେନ୍ନାଇ
ଏହି ମନ୍ଦିରରେ 1200 ପିଲାର ରଖାଯିବାକୁ ଥିବା ବେଳେ 30-35 ମିଟର ଗଭୀରତାରେ ଏହି ସ୍ତମ୍ଭ ନିର୍ମାଣ କରାଯିବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକଙ୍କ ସମେତ କୋଷାଧ୍ୟକ୍ଷ ଗୋବିନ୍ଦଦେବ ଗିରି ଓ ଅନ୍ୟ ସଭ୍ୟ ତଥା ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ଯୋଗ ଦେଇଥିଲେ । ମନ୍ଦିର ନିର୍ମାଣ ପାଇଁ ଇଞ୍ଜିନିୟର ମାନେ ମୃତ୍ତିକା ପରୀକ୍ଷା କରୁଥିବା ନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ