ଓଡିଶା

odisha

ETV Bharat / bharat

'ପ୍ରମାଣ ମିଳିଲେ ପଶ୍ଚାତାପ କରିବେ କମିଶନର' - CBI

ନୂଆଦିଲ୍ଲୀ: ସିବିଆଇ ମାମଲାରେ ହୃଦୟ କଠୋର କଲେ ସୁପ୍ରିମକୋର୍ଟ । ସିବିଆଇ-ପୋଲିସ ୱାର ଏବେ ସୁପ୍ରିମକୋର୍ଟରେ । ରାଜ୍ୟ ପୋଲିସ ଓ ସରକାରଙ୍କ ବିରୁଦ୍ଧରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସିବିଆଇ । ଆଉ ପରୋକ୍ଷରେ ସିବିଆଇ ସପକ୍ଷରେ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । କିନ୍ତୁ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ ସେ ପଶ୍ଚାତାପ କରିବେ ବୋଲି ଚେତାବନୀ ଦେଇଛନ୍ତି କୋର୍ଟ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 4, 2019, 12:38 PM IST

ତାଙ୍କ ବିରୁଦ୍ଧରେ କୋର୍ଟରେ ପ୍ରମାଣ ଦେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ସିବିଆଇ ଅଧିକାରୀଙ୍କୁ ଦୁର୍ବ୍ୟବହାର ହୋଇଥିବା ପ୍ରମାଣ ମିଳିଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାଇ ଦେଇଛନ୍ତି କୋର୍ଟ ।

ଶାରଦା ଚିଟ ଫଣ୍ଡ ମାମଲାରେ ରାଜୀବଙ୍କ ସମ୍ପୃକ୍ତି ନେଇ ଦାବି କରୁଛି ସିବିଆଇ । ଏହି ମାମଲାରେ ପୋଲିସ କମିଶନରଙ୍କ ଘରେ ଚଢଉ ପାଇଁ ପହଞ୍ଚିଥିଲା ସିବିଆଇ । କିନ୍ତୁ ଛାନବିନ ତ ଦୂରର କଥା ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା ରାଜ୍ୟ ପୋଲିସ ।




Conclusion:

ABOUT THE AUTHOR

...view details