ଓଡିଶା

odisha

By

Published : May 29, 2020, 11:49 AM IST

ETV Bharat / bharat

ହରଡ଼ଘଣାରେ ନିଜାମୁଦ୍ଦିନ ମର୍କାଜ୍ ମୁଖ୍ୟ ମୌଲାନା, ପୁଣି ସିବିଆଇ ଜାଲରେ ସାଦ୍

ପୁଣି ଥରେ ସିବିଆଇ ଜାଲରେ ମର୍କାଜ୍ ମୁଖ୍ୟ ମୌଲାନା। ପୁଳା ପୁଳା ଟଙ୍କାର ଖୋଳତାଡ୍ ଭିତରେ ଏହାର ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଚାଲିବ ଆଉ ଥରେ ଛାନଭିନ୍ ଓ ଜେରା। ତବଲିଗ୍ ଜମାତର ମୁଖ୍ୟ ମୌଲାନା ସାଦଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି ହେଲାଣି।

ହରଡ଼ଘଣାରେ ନିଜାମୁଦ୍ଦିନ ମର୍କାଜ୍ ମୁଖ୍ୟ ମୌଲାନା, ପୁଣି ସିବିଆଇ ଜାଲରେ ସାଦ୍
ହରଡ଼ଘଣାରେ ନିଜାମୁଦ୍ଦିନ ମର୍କାଜ୍ ମୁଖ୍ୟ ମୌଲାନା, ପୁଣି ସିବିଆଇ ଜାଲରେ ସାଦ୍

ନୂଆଦିଲ୍ଲୀ: ପୁଣି ଥରେ ସିବିଆଇ ଜାଲରେ ମର୍କାଜ୍ ମୁଖ୍ୟ ମୌଲାନା। ପୁଳା ପୁଳା ଟଙ୍କାର ଖୋଳତାଡ୍ ଭିତରେ ଏହାର ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଚାଲିବ ଆଉ ଥରେ ଛାନଭିନ୍ ଓ ଜେରା। ତବଲିଗ୍ ମାତର ମୁଖ୍ୟ ମୌଲାନା ସାଦଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି ହେଲାଣି। ସିବିଆଇ ବିଦେଶୀ ପାଣ୍ଠି ଏବଂ ସମ୍ଭାବ୍ୟ ହାୱାଲା ଲିଙ୍କ୍ ସହ ଜଡିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସିବିଆଇ ଦିଲ୍ଲୀ ପୋଲିସ ଅନ୍ତର୍ଗତ କ୍ରାଇମ ବ୍ରାଞ୍ଚ ଶାଖାରୁ ମୌଲାନା ସାଦ୍ ମାମଲା ସହ ଜଡିତ ସମସ୍ତ ତଥ୍ୟ ମାଗିଥିଲା। ଅନୁରୋଧ ଅନୁଯାୟୀ କ୍ରାଇମ ବ୍ରାଞ୍ଚ୍ ମାମଲା ସହ ଜଡିତ ସମସ୍ତ ତଥ୍ୟ ସିବିଆଇକୁ ପ୍ରଦାନ କରିଛି।

ଏହାପୂର୍ବରୁ ମର୍କାଜ୍ ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଦ୍ୱାରା ସଂଗୃହିତ ତଥ୍ୟ ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆଇ-ଟି ବିଭାଗ ମଧ୍ୟ ଅନୁରୋଧ କରିଥିଲେ।

ମେ 16 ତାରିଖରେ, ଇଡି ମୌଲାନା ସାଦଙ୍କ ଘନିଷ୍ଠ ସହଯୋଗୀ ମୁର୍ସାଲିନଙ୍କୁ ପଚରାଉଚରା କରିଥିଲା। ଇଡି ହେତରେ ଠୋସ୍ ପ୍ରମାଣ ଲାଗିଛି ଯେ, ଦାନାର୍ଥେ ଆସୁଥିବା ଟଙ୍କାରେ ଯଦିଓ ସଂସ୍ଥା ପରିଚାଳିତ, ତଥାପି କଳାଟଂକାର ପ୍ରବେଶ ଘଟୁଥିଲା। ମର୍କଜରୁ କ୍ରାଇମ ବ୍ରାଞ୍ଚ ଦ୍ୱାରା ଜବତ ହୋଇଥିବା ଆକାଉଣ୍ଟ ସମ୍ବନ୍ଧୀୟ ଦଲିଲ୍ ଗୁଡ଼ିକ ପ୍ରାୟତଃ ମୁର୍ସାଲିନ୍ ଦ୍ୱାରା ଲେଖାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଜବତ୍ ହୋଇଥିବା ଦସ୍ତାବିଜ୍ ଗୁଡ଼ିକ ସାଦଙ୍କ ବିରୋଧରେ ମନି ଲ୍ୟାଣ୍ଡରିଂ ମାମଲା, ଜମାତ୍ ସହ ଟ୍ରଷ୍ଟ୍ ଲିଙ୍କ୍ ଦାଖଲ କରିଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ଏହି ମାସ ଆରମ୍ଭରେ, ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଜମାତ୍ ମୁଖ୍ୟ ମୌଲାନା ସାଦଙ୍କ ପାଞ୍ଚଜଣ ଘନିଷ୍ଠ ସହଯୋଗୀଙ୍କ ପାସପୋର୍ଟ ଜବତ କରିବା ସହିତ ତବଲିଗି ଜମାତ ସଦସ୍ୟଙ୍କ ପାଣ୍ଠି ସମ୍ବନ୍ଧୀୟ ଅନେକ ଦଲିଲ ସଂଗ୍ରହ କରିଥିଲା।

ଖାଲି ସେତିକି ନୁହେଁ ଆଗାମୀ ଦିନରେ ସିବିଆଇ ମୌଲାନା ସାଦ୍ ଏବଂ ମର୍କାଜ ଟ୍ରଷ୍ଟ ସହିତ ଜଡିତ ସମସ୍ତ ବ୍ୟକ୍ତିବିଶେଷ ଙ୍କୁ ନଜରରେ ରଖିବା ସହିତ ଏହାର ଚାରିପାଖରେ ସୁରକ୍ଷା କଡାକଡି କରିବ।

ABOUT THE AUTHOR

...view details