ଓଡିଶା

odisha

ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ପୁଣି ଭେଟିଲା ସିବିଆଇ - ହାଥରସରେ ସିବିଆଇ

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଜାରି ରହିଛି । ସିବଆଇ ଦ୍ବିତୀୟ ଥର ପାଇଁ ହାଥରସରେ ପହଞ୍ଚିଛି । ହାଥରସରେ ପହଞ୍ଚି ସିବିଆଇ ପୀଡିତାଙ୍କ ପରିବାରବର୍ଗଙ୍କୁ ପଚରା ଉଚରା କରୁଛି । ଅଧିକ ପଢନ୍ତୁ...

ପୀଡିତାଙ୍କ ପରିବାରକୁ ଭେଟିଲା ସିବିଆଇ
ପୀଡିତାଙ୍କ ପରିବାରକୁ ଭେଟିଲା ସିବିଆଇ

By

Published : Oct 20, 2020, 4:25 PM IST

Updated : Oct 20, 2020, 4:52 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ ପୁଣିଥରେ ସିବିଆଇ ଟିମ୍ ହାଥରସରେ ପହଞ୍ଚିଛି। ମଙ୍ଗଳବାର ସିବିଆଇ ଟିମ୍ ହାଥରସରେ ପହଞ୍ଚି ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ ହୋଇଥିବା ସ୍ଥାନ ପରିଦର୍ଶନ କରିଛି ।

ପୀଡିତାଙ୍କ ପରିବାରକୁ ପୁଣି ଭେଟିଲା ସିବିଆଇ

ଏହା ପରେ ସିବିଆଇ ଟିମ୍ ପୀଡିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ପୁଣି ଥରେ ପଚରା ଉଚରା କରିଛି । ସୂଚନା ଅନୁଯାୟୀ ସେପ୍ଟେମ୍ବର 14ରେ ହାଥରସର ଜଣେ ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ 29 ସେପ୍ଟେମ୍ବରରେ ପୀଡିତାଙ୍କ ମୃତ୍ୟୁ ଘଟିଥିଲା। ପରେ ଘଟଣାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସିବିଆଇ ମାମଲାର ତଦନ୍ତ ଜାରି ରଖିଛି। ମଙ୍ଗଳବାର ସିବିଆଇ ଟିମର କିଛି ସଦସ୍ୟ ପୁଣି ଥରେ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି। ସିବିଆଇ ବର୍ତ୍ତମାନ ପୀଡିତାଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 20, 2020, 4:52 PM IST

ABOUT THE AUTHOR

...view details