ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ସଡକ ଦୁର୍ଘଟଣା ମାମଲାରେ ତଦନ୍ତ କରୁଥିବା ସିବିଆଇକୁ ଶୁକ୍ରବାର ଅଶ୍ବସ୍ତି ମିଳିଛି । ତଦନ୍ତ ପାଇଁ ସିବିଆଇକୁ 7 ଦିନ ବଦଳରେ 15 ଦିନ ସମୟ ଦେବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କୋର୍ଟ ଦୁର୍ଘଟଣା ସହ ଜଡିତ ମାମଲାର ଶୁଣାଣି ଲକ୍ଷ୍ନୌର ସିବିଆଇ କୋର୍ଟକୁ ହସ୍ତାନ୍ତର କରିଛନ୍ତି । ତେବେ ଜେରା କରିବା ପାଇଁ କୁଳଦୀପ ସେଙ୍ଗରକୁ ହେପାଜତକୁ ନେବାକୁ ମଧ୍ୟ ଦାବି କରିଛି ସିବିଆଇ ।
ଉନ୍ନାଓ ଗଣଦୁଷ୍କର୍ମ ମାମଲା: କୁଳଦୀପ ସେଙ୍ଗରକୁ ହେପାଜତକୁ ନେବ ସିବିଆଇ ! - ସିବିଆଇ କଷ୍ଟଡି
ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ସଡକ ଦୁର୍ଘଟଣା ମାମଲାର ତଦନ୍ତ କରିବ ସିବିଆଇ । ଏଥିପାଇଁ ସିବିଆଇକୁ 7 ଦିନ ବଦଳରେ 15 ଦିନ ସମୟ ଦେବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଜେରା କରିବା ପାଇଁ କୁଳଦୀପ ସେଙ୍ଗରକୁ ହେପାଜତକୁ ନେବା ପାଇଁ ଦାବି କରିଛି ସିବିଆଇ ।
କୁଳଦୀପ ସେନଗାର, ଅତୁଳ ସିଂହ, ବିରେନ୍ଦ୍ର ସିଂହ, ଓ ସୈଳେନ୍ଦ୍ର ସିଂହକୁ ନିଜ ହେପାଜତକୁ ନେବାକୁ ସିବିଆଇ ଦାବି କରିଛି । ସେପଟେ ତଦନ୍ତ ପ୍ରକ୍ରିୟା ଦିଗରେ ଆଉ ଏକ ପାଦ ଆଗେଇଛି ସିିବିଆଇ । ଗତ 28ରେ ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣା ହୋଇଥିବା ଘଟଣାସ୍ଥଳ ପରିଦର୍ଶନ କରିଛି ସିବିଆଇ ଟିମ । ଆଜି ଏହା ସହ ପୀଡିତାଙ୍କ ଦାଦାଙ୍କୁ ମଧ୍ୟ ଘଟଣା ସମ୍ବନ୍ଧରେ ପଚାରାଉଚୁରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ମାଗିଛି ସିବିଆଇ । ଏହାପୂର୍ବରୁ ସୁପ୍ରିମକୋର୍ଟ ରାଏବରେଲୀ ଜେଲରେ ବନ୍ଦୀ ଥିବା ପୀଡିତାଙ୍କ ଦାଦାଙ୍କୁ ତିହାର ଜେଲକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପୀଡିତାଙ୍କର ଚିକିତ୍ସା ଲକ୍ଷ୍ନୌରେ ହିଁ କରିବାକୁ କହିଥିଲେ ।
ସୂଚନା ଯୋଗ୍ୟ ଯେ, ପୀଡିତାଙ୍କ ଦାଦାଙ୍କ ସୁରକ୍ଷା ଦାବି କରି ତାଙ୍କୁ ତିହାର ଜେଲକୁ ସ୍ଥାନାନ୍ତରଣ କରିବା ପାଇଁ ପୀଡିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ରାଜଶେଖରନ ଅଦାଲତରେ ଦାବି କରିଥିଲେ ।