ବେଙ୍ଗାଲୁରୁ: 2016 ମସିହାରେ ବିଜେପି କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଫସିଲେ କର୍ଣ୍ଣାଟକ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣି । ଗିରଫ ପରେ ତିନି ଦିନିଆ ହେପାଜତକୁ ନେବ ସିବିଆଇ । ଶୁକ୍ରବାର ସ୍ଥାନୀୟ ଅଦାଲତ ତାଙ୍କୁ ତିନିଦିନ ପାଇଁ ସିବିଆଇ ହେପାଜତକୁ ପଠାଇବାକୁ ଅନୁମତି ଦେଇଛନ୍ତି ।
ଗୁରୁବାର 8 ଘଣ୍ଟାରୁ ଅଧିକ ସମୟ ଧରି ବିନୟଙ୍କୁ ସିବିଆଇ ଜେରା କରିବା ପରେ ଗିରଫ କରିଥିଲା । 2016 ମସିହାରେ ବିଜେପିର ପଞ୍ଚାୟତ ସଦସ୍ୟ ଯୋଗେଶଙ୍କୁ ହତ୍ୟା କରିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ହତ୍ୟା ମାମଲାରେ ସମ୍ପୃକ୍ତି ଥିବାର ସୁରାକ ପାଇ ସିବିଆଇ ତାଙ୍କୁ ପ୍ରଥମେ ଜେରା କରିଥିଲା ପରେ ଗିରଫ କରିଥିଲା ।
ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲା । ପରେ କୋର୍ଟ ସମସ୍ତ ଦିଗକୁ ବିଚାରକୁ ନେଇ ରିମାଣ୍ଡ ପ୍ରଦାନ କରିଥିଲେ । ତେବେ ରିମାଣ୍ଡ ଶୁଣାଣି ସମୟରେ କୁଲକର୍ଣ୍ଣି ହିନ୍ଦଲଗା ଜେଲରେ ଥିବାରୁ ତାଙ୍କୁ ଆଜିଠାରୁ ସିବିଆଇ ହେପାଜତକୁ ନେବ ବୋଲି ଜଣାପଡିଛି ।